ମଦ ପିଇବାକୁ ଅନୁମତି ନଦେବାରୁ ଭୁବନେଶ୍ୱର ଚନ୍ଦକାର ଏକ ରେସ୍ତୋରାଁରେ କର୍ମଚାରୀଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକାରେ ଗୁଳିମାଡ । ଜଙ୍ଗଲ ଭିୟୁ ନାମକ ଏକ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ହୋଇଛି । ଜଣେ ଯୁବକ ରେଷ୍ଟୁରାଣ୍ଟରୁ ବାହାରୁ ଥିବା ବେଳେ ୩ ଜଣ ଯୁବକ ବାଇକ୍‌ରେ ଆସି ୬ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ଯୁବକଙ୍କ ଛାତିରେ ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି । ଘଟଣା ସ୍ଥଳରେ ଭୁବନେଶ୍ୱର ଡିସିପି ଅନୁପ ସାହୁ ଓ ଚନ୍ଦକା ପୋଲିସ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିଛିି । ରେଷ୍ଟୁରାଣ୍ଟର ସିସିଟିଭି ଫୁଟେଜକୁ ଜବତ କରିବା ସହ ଉପସ୍‌ସ୍ଥିତ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁୁ ପୋଲିସ ପଚରାଉଚରା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.