ରାସ୍ତା କଡ଼ରେ ଠେଲାବାଲା ନାଳ ପାଣିରେ ଧୋଉଛନ୍ତି ପ୍ଲେଟ୍‌, ଭିଡିଓ ଦେଖିଲେ ଆପଣ ବାନ୍ତି କରିପକାଇବେ, ଦେଖନ୍ତୁ ଭିଜୁଆଲ

ସୋସିଆଲ ମିଡିଆରେ ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ବାହାରର ଠେଲା ଗାଡ଼ିରୁ ଜଳଖିଆ ଖାଇବା ଛାଡ଼ିଦେବେ। ସୁବିଧାରେ ତଥା କମ୍‌ ଦାମ୍‌ ପଡ଼ୁଥିବାରୁ ଲୋକମାନେ ବାହାରର ଖାଦ୍ୟ ଖାଇଥାନ୍ତି। କିନ୍ତୁ ଲୋକଙ୍କ ଏହି ଆବଶ୍ୟକତାର ଫାଇଦା ଉଠାଉଛନ୍ତି ଠେଲା ଦୋକାନୀ। ଲୋକଙ୍କୁ ଖାଇବାକୁ ଦେବା ବେଳେ ସେମାନେ ସ୍ୱଚ୍ଛତା ଉପରେ ଦୃଷ୍ଟି ଦେବାକୁ ସତେ ଯେମିତି ଭୁଲିଯାଉଛନ୍ତି। ଏବେ ତାହାର ଏକ ନଗ୍ନ ଚିତ୍ର ସୋସିଆଲ ମିଡିଆରେ ଘୂରି ବୁଲୁଛି।

drain water2

ସୋସିଆଲ ମିଡିଆରେ ଘୂରିବୁଲୁଥିବା ଭିଡିଓରେ ଦେଖାଯାଇଛି ଯେ ରାସ୍ତାକଡ଼ରେ ଏକ ଛୋଲେ ଭଟୁରୋର ଠେଲା ଗାଡ଼ି ଥୁଆ ହୋଇଛି। ସେଠାରେ ଜଣେ ବ୍ୟକ୍ତି ନାଳ ପାଣିରେ ଟ୍ରେ ଧୋଉଛନ୍ତି। ସେହି ଟ୍ରେରେ ସେ ଗ୍ରାହକଙ୍କୁ ଖାଇବା ମଧ୍ୟ ପରଷୁଛନ୍ତି। ଭିଡିଓକୁ ଜଗଜିତ୍‌ ସିଂହ ନାମକ ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଯଦି ଆପଣଙ୍କୁ ଷ୍ଟ୍ରିଟ୍‌ ଫୁଡ୍‌ ପସନ୍ଦ ତେବେ କରୋନାକୁ ଆଦୌ ଡରନ୍ତୁ ନାହିଁ। ଭାରତରେ କରୋନା ଭାଇରସ୍‌ର ଏସି କି ତେସି’। ଏଥିସହ ସେ ଏକ ହସ ଇମୋଜି ଦେଇଛନ୍ତି।

ଦେଖନ୍ତୁ ଭିଡିଓ:

ତେବେ କରୋନା ଯୋଗୁ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବୁଲା ଦୋକାନୀଙ୍କ ଠାରୁ ଏଭଳି ଖାଦ୍ୟ ଖାଇ ଲୋକେ କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ହିଁ ଉପରକୁ ଚାଲିଯିବେ ବୋଲି କିଛି ଲୋକ ଏଥିରେ କମେଣ୍ଟ କରି କହିଛନ୍ତି।