Below header

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ, ଦାନ୍ତ ଲୁଟ ପାଇଁ ଶିକାରୀ ବିଛାଇ ଥିଲେ ଏଭଳି ଜାଲ

ସମ୍ବଲପୁର: ସଙ୍କଟରେ ଗଜରାଜ। ବିଦ୍ୟୁତ୍‌ ତାର ଲାଗି ଦନ୍ତା ମୃତ । ସମ୍ବଲପୁରରେ ସଦର ରେଞ୍ଜ ଯୁଜୁମରା ଥାନା ଇଚ୍ଛାପାଲ୍ଲୀ ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଟିର ମତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ହାତୀ ଦାନ୍ତ ଚୋରୀ କରୁଥିବା ଲୁଟେରାମାନେ କିଛି ଦିନ ତଳେ ହାତୀଟିକୁ ଗୁଳି ମାରିଥିଲେ । ମୃତ ହାତୀର ଦୁଇ ଗୋଡ଼ରେ ଗୁଳି ବାଜିଥିବା ବନ ବିଭାଗ କହିଛି। ତେବେ କାଲି ଲୁଟେରାମାନେ ଏହି ହାତୀକୁ ମାରିବା ପାଇଁ ବିଦ୍ୟୁତ ତାର ବିଛାଇଥିଲେ । ଯାହାର ସଂସ୍ପର୍ଶରେ ଆସି କାଲି ରାତିରେ ଏହି ହାତୀର ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସ, ବନ ବିଭାଗ ଓ ବିଦ୍ୟୁତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ହାତୀ ଦାନ୍ତ ଲୁଟେରା ଦଳରେ ସ୍ଥାନୀୟ ଲୋକ ଅଛନ୍ତି ନା କୌଣସି ବଡ଼ ରାକେଟ୍‌ ଥେିରେ କାମ କରୁଛି ତାର ତଦନ୍ତ ଚଲାଇଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.