Below header

ପାଗଳ ସ୍ୱାମୀର ଜଘନ୍ୟ କାଣ୍ଡ: ପାଟିତୁଣ୍ଡ ପରେ ଉତ୍ୟକ୍ତ ହୋଇ ସ୍ତ୍ରୀ ଉପରକୁ ଫିଙ୍ଗିଲା ଏସିଡ୍‌

ଭୁବନେଶ୍ୱର(କେନ୍ଯୁଜ୍): ନିଷ୍ଟୁର ସ୍ୱାମୀର ଜଘନ୍ୟ କାଣ୍ଡ। ସ୍ତ୍ରୀକୁ ଏସିଡ୍‌ ମାଡ। ପାରିବାରିକ କଳହରୁ ଏପରି ଜଘନ୍ୟକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଉଭୟ ୧ ବର୍ଷ ତଳେ କୋର୍ଟ ମ୍ୟାରେଜ କରିଥିଲେ। ହେଲେ ଦୁଇ ଜଣ ଅଲଗା ରହୁଥିଲେ। ଗତକାଲି ସନ୍ଧ୍ୟାରେ ୨ ଜଣ ଧଉଳି ବୁଲିବାକୁ ଆସିଥିଲେ। ତେବେ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଯୁବକ ଜଣକ ଉତ୍ୟକ୍ତ ହୋଇ ଯୁବତୀଙ୍କ ଉପରକୁ ଏସିଡ ଫିଙ୍ଗି ଫେରାର ହୋଇଯାଇଥିଲେ।

ଭୁବନେଶ୍ୱର ଧଉଳି ଥାନା ବାଲିଆପଡ଼ା ଗାଁରେ ଏହି ଅଘଟଣ ଘଟିଛି। ମହିଳାଙ୍କ ଶରୀରରେ ଏସିଡ ପଡି କିଛି ଅଂଶ ପୋଡିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍‌ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଧଉଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଯୁବତୀଙ୍କ ଘର ମହାଲିଙ୍ଗପଡ଼ା ନିମାପଡ଼ା ଥାନା ଅଞ୍ଚଳର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.