Below header

ମଞ୍ଚେଶ୍ୱର ଧୀରକୁଟ ବସ୍ତି ହତ୍ୟା ଘଟଣା, ୩ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଧୀରକୁଟ ବସ୍ତି ସୁଶାନ୍ତ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ବାପୁନି ନାୟକ ସହ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଗତ ୩୦ତାରିଖରେ ବାପୁନି ଓ ତାର ସାଙ୍ଗ ମିଶି ସୁଶାନ୍ତକୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ ।

ନିଶାଶକ୍ତ ଅବସ୍ଥାରେ ଭଣୋଇ ଶୋଇଥିବା ବେଳେ ଘରେ ଅଭିଯୁକ୍ତ ବାପୁନି ପଶିଥିଲା । ଘର ବାହାରେ ଦୁଇ ସହଯୋଗୀ ରମେଶ ଓ ଦୀପକ ଜଗିଥିଲେ । ସୁଶାନ୍ତ ମୁଣ୍ଡକୁ ଖଣ୍ଡାରେ ଆଘାତ ଦେବା ପରେ ବାଇକରେ ଆସି ରମେଶଙ୍କ ଘରେ ଲୁଚିଥିଲା ଅଭିଯୁକ୍ତ ।

ବାପୁନି ଓ ମୃତକ ସୁଶାନ୍ତ ଘଡ଼େଇ ସଂପର୍କରେ ଶଳା- ଭିଣୋଇ ଥିଲେ । ଭଉଣୀକୁ ଅତ୍ୟାଚାର ଥିଲା ହତ୍ୟାର ମୁଖ୍ୟ କାରଣ । ୩ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିଲା ପୋଲିସ । ଆଜି ସେମାନଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.