ଆସନ୍ତାକାଲିଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ପୁରୀ(କେନ୍ୟୁଜ) : ଆସନ୍ତାକାଲିଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର। ତିନିଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ପରେ କାଲିଠୁ ଖୋଲିବ ଶ୍ରୀମନ୍ଦିର। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବାରୁ କାଲି ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ଆସନ୍ତାକାଲିଠୁ ରାଜ୍ୟରେ ମଧ୍ୟ ପୁଣି ଖୋଲିବ ଧର୍ମାନୁଷ୍ଠାନ । ନୂଆବର୍ଷରେ ଦିଅଁ ଦର୍ଶନ କରିପାରିନଥିଲେ ଭକ୍ତ । ଚାତକ ଭଳି ଅନାଇ ରହିଛନ୍ତି । କାଲିର ସୂର୍ଯ୍ୟୋଦୟକୁ ଅପେକ୍ଷା ରହିଛି ସମସ୍ତଙ୍କର। ଆଜି ପୁରୀ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯାଇଛି ।

ତିନି ଦିନ ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ । ନୂଆବର୍ଷରେ ଭିଡକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ଦର୍ଶରୁ ବଞ୍ଚିତ ରହିଥିଲେ ଶ୍ରଦ୍ଧାଳୁ । କେବଳ ସିଂହଦ୍ୱାର ଆଗରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ।

ତିନି ଦିନ ପରେ ଶ୍ରୀମନ୍ଦିର ଖୋଲୁଥିବାରୁ ପ୍ରବଳ ଭିଡ଼ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରିଛି ପ୍ରଶାସନ । କୋଭିଡ୍ କଟକଣା ଭିତରେ ଭକ୍ତମାନେ ବ୍ୟାରିକେଡ଼ ଦେଇ ସାମାଜିକ ଦୂରତା ରଖି ମନ୍ଦିର ଭିତରେ ପ୍ରବେଶ କରିବେ । ମାସ୍କ ପିନ୍ଧାବା ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ଅଧିକାରୀ ବିଚାରବିମର୍ଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.