୨୦୨୧ରେ ଚର୍ଚ୍ଚିତ ଷ୍ଟାରଙ୍କ ବ୍ରେକ ଅପ,ବିଲ ଗେଟ୍ସ ଓ ଏଲନ୍‌ ମସ୍କଙ୍କ ପରି ବିଶ୍ୱର ଧନୀ ମଧ୍ୟ ହୋଇପାରିଲେନି ପ୍ରେମରେ ସଫଳ

ନୂଆ ବର୍ଷର ଆରମ୍ଭ ହୋଇଛି ପୁଣି ୨୦୨୨ ମସିହା ଆସିସାରିଛି କିନ୍ତୁ ୨୦୨୧ ରେ ଅନେକ ଘଟଣା ଘଟିଛି ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଥିବ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଇଥିଲା ୨୦୨୧ ମସିହାରେ । ପୁଣି ସେଥି ମଧ୍ୟରୁ ସବୁଠାରୁ ବଡ କଥା ହେଲା ସେଲିବ୍ରିଟିମାନଙ୍କର ବ୍ରେକଅପ ଓ ଡିଭର୍ସ । ଯାହା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଥିଲା ସବୁଠାରୁ ଦୁଖର ବିଷୟ । ସେହି ଲିଷ୍ଟରେ ଅଛନ୍ତି ଅନେକ ବଡ ବୂଡ କଳାକାର । ଯିଏକି ନିଜ ଖୁସି ପାଇଁ ନିଜ ଇଛାରେ ଭାଙ୍ଗିଛନ୍ତି ନିଜର ଅନେକ ଦିନର ସମ୍ପର୍କ ।

ଅମିର ଖାନ ଖାନ ଓ କିରନ ରାଓ:

kiran Rao and Amir khan
Picture Credit – HuffPost

ସେହି ସେଲିବ୍ରିଟିଙ୍କ ମଧ୍ୟରେ ଅଛନ୍ତି ଅମିର ଖାନ । ନିଜ ପତ୍ନୀ କିରନ ରାଓଙ୍କ ସହିତ ସେ ତାଙ୍କର ବୈବାହିକ ଜୀବନ ୧୫ ବର୍ଷ ବିତାଇବା ପରେ ମଧ୍ୟ ୨୦୨୧ ରେ ତାଙ୍କ ସହିତ ନିଜର ସଂପର୍କ ଭାଙ୍ଗିଥିଲେ । ୨୦୧୫ ଜୁଲାଇ ରେ ଅମିର ଖାନ କିରନଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ । ଅମିର ଖାନ ଓ କିରନ ନିଜ ଇଛାରେ ହିଁ ଡିଭର୍ସ ନେଇଥିବା ମେଡିଆକୁ ଜଣାଇଥିଲେ ।

ସାମନ୍ଥା ଓ ନାଗା ଚୈତନ୍ୟ :

Samantha and nana Chaitanya
Picture Credit – WIKI

ଟଲିଉଡ ସୁପର ଷ୍ଟାର ନାଗା ଚୈତନ୍ୟ ଓ ସାମନ୍ଥା ମଧ୍ୟ ନିଜ ବୈବାହିକ ଜୀବନରୁ ଅଲଗା ହୋଇଛନ୍ତି । ପାଖାପାଖି ୩ ବର୍ଷର ବିବାହ ସଂପର୍କ ପରେ ଦୁହେଁ ନିଜ ନିଜ ଠାରୁ ଅଲଗା ରହିବା ପାଇଁ ନିଷ୍ପତି ନେଇଥିଲେ । ସେମାନେ ଯେତେବେଳେ ନିଜ ଡିଭର୍ସ ବିଷୟରେ ସୋସିଅଆଲ ମିଡିଆରେ ପୋଷ୍ଟ କରିଥିଲେ, ତାଙ୍କ ଫ୍ୟାନ୍ସ ନିଜ ପ୍ରିୟ କଳାକାରଙ୍କ ଅଲଗା ହେବା ଖବରକୁ ଏତେ ସହଜରେ ଗ୍ରହଣ କରି ପାରି ନଥିଲେ । କିନ୍ତୁ ତାଙ୍କ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ମଧ୍ୟ ଜଣା ପଡିପାରିନି ଓ ମିଡିଆ ସାମ୍ନାରେ ମଧ୍ୟ ଦୁହେଁ ମୁହଁ ଖୋଲି ନଥିଲେ ।

କ୍ରିତି କୁଲ୍ହାରୀ ଓ ସାହିଲ ସେହଗଲ:

kriti sehgal
Picture Credit – Bollywood

୨୦୨୧ ଅପ୍ରେଲ ମାସରେ ନିଜ ସ୍ୱାମୀଙ୍କ ଠାରୁ ଡିଭର୍ସ ନେଇଥିଲେ ଟେଲି କଳାକାର ଓ ବଲିଉଡରେ ଅଭିନୟ କରିଥିବା ଅଭିନେତ୍ରୀ କ୍ରିତି । କିନ୍ତୁ ଏହି ନିଷ୍ପତି ନେବାମଧ୍ୟ ତାଙ୍କ ପାଇଁ କଷ୍ଟ ଥିଲା ବୋଲି ସେ କହିଥିଲେ ।

କାମିଲା ଓ ସନ୍‌

 

କେବଳ ବଲିଉଡ ନୁହେଁ ୨୦୨୧ ରେ ଅନେକ ହଲିଉଡ ଷ୍ଟାର ମଧ୍ୟ ନିଜ ସଂପର୍କ ଭାଙ୍ଗିଛନ୍ତି । ଫେମସ ସିଙ୍ଗର କାମିଲା ସନ୍‌ ମେଣ୍ଡ୍ସ ଅନେକ ବର୍ଷ ପରସ୍ପରକୁ ଡେଟ କରିବା ପରେ ନିଜ ଭିତରେ ବ୍ରେକଅପ କରିଥିଲେ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଥିଲେ । କିନ୍ତୁ ତାଙ୍କ ବ୍ରେକଅପ ର ମଧ୍ୟ କାରଣ ଜଣା ପଡି ପାରି ନାହିଁ ।

କିମ କାରଦାସିଆନ ଓ କେନେୟ ୱେଷ୍ଟ:

ହଲିଉଡ ଡିଭା ବିଉଟି କ୍ୟୁଇନ କିମ ମଧ୍ୟ ନିଜ ସ୍ୱାମୀ କେନେୟଙ୍କୁ ଡିଭର୍ସ ଦେଇଥିଲେ ୨୦୨୧ ରେ । ବିବାହର ପାଞ୍ଚ ବର୍ଷ ପରେ ଚାରୋଟି ଛୁଆର ମା’ ବାପା ହୋଇ ବି ଭାଙ୍ଗି ଥିଲେ ତାଙ୍କର ସଂପର୍କ ।

ଗିଗି ହାଡିଡ ଓ ଜୈନ ମଲିକ:

HOLLYWOOD
Picture Credit – Pink villa

 

ନିଜ ମାଙ୍କ ପାଇଁ ସଂପର୍କ ଭାଙ୍ଗିଥିଲା ସୁପର ଷ୍ଟାର ଗିଗିଙ୍କର ଓ ତାଙ୍କ ବଏ ଫ୍ରେଣ୍ଡ ଜୈନଙ୍କର । ଏମାନଙ୍କର ମଧ୍ୟ ଏକ ପିଲା ଅଛି । ତେବେ ଏହି ହଲିଉଡ ଷ୍ଟାରଙ୍କ ବ୍ରେକ ଅପ ମଧ୍ୟ ସମସ୍ତଙ୍କୁ ଆଶ୍ଚମ୍ବିତ କରିଥିଲା ।

ବିଲ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ :

bill gates
Picture Credit – Pink villa

ସଂପର୍କର ଡୋରୀ ଦୁନିଆର ଧନୀଙ୍କୁ ମଧ୍ୟ ବାନ୍ଧି ରଖି ପାରିଲା ନାହିଁ । ବିଲ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ନିଜ ବିବାହର ୨୭ ବର୍ଷ ପରେ ମଧ୍ୟ ନିଜ ମଧ୍ୟରେ ସଂପର୍କକୁ ତୁଟାଇଥିଲେ। ତେବେ ଏହା ଦୁଇଜଣଙ୍କ ବୁଝାମଣାରେ ହୋଇଥିବା ମିଡିଆ ଆଗରେ କହିଥିଲେ ଦୁହେଁ ।

ଏଲନ ମସ୍କ ଓ ଗ୍ରିମ୍ସ :

୨୦୧୮ ରୁ ଡେଟିଙ୍ଗ ଆରମ୍ଭ କରିଥିଲେ ବିଶ୍ୱର ଧନୀ ମଣିଷ ଏଲନ ମସ୍କ ।ତେବେ ସେ ମଧ୍ୟ ନିଜ ଗର୍ଲଫ୍ରେଣ୍ଡ ସହିତ ବ୍ରେକଅପ ଘୋଷଣା କରିଥିଲେ ଇଂଷ୍ଟାଗ୍ରାମରେ । ତାଙ୍କ ବ୍ରେକଅପ ଖବର ଶୁଣି ମଧ୍ୟ ତାଙ୍କ ଫ୍ୟାନ୍ସମାନେ ସ୍ତବ୍ଧ ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.