Below header

ଗଛରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ

ଯାଜପୁର ଟାଉନ(କେନ୍ୟୁଜ) : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଗଣପତିପାଟଣାରେ ପ୍ରେମୀଯୁଗଳଙ୍କ ମୃତଦେହ ଠାବ ହୋଉଛି। ଉଭୟଙ୍କ ଶବ ଝୁଲନ୍ତା ଅବସ୍ଥାରେ ଗଛରେ ଝୁଲୁଥିବା ଦେଖାଯାଇଛି । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା ବୋଲି ଶୁଣାଯାଉଛି ।

ତେବେ ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ପୋଲିସ କହିଛି । ଘଟଣାସ୍ଥଳରେ ମଙ୍ଗଳପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଡାକ୍ତରଖାନାକୁ ପଠାଇଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାର କାରଣ ଜଣାପଡ଼ିନାହିଁ। ପୋଲିସ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.