Below header

ଟାଇମ୍ସ ନାଓ ଜନମତ ସର୍ଭେ : ଉତ୍ତର ପ୍ରଦେଶରେ ପୁଣି ବାଜି ମାରିବ ବିଜେପି, ୨୩୦ ରୁ ୨୪୯ ସିଟ୍

ନୂଆଦିଲ୍ଲୀ : ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସହଜ ବିଜୟ ପାଇବ ବିଜେପି । ଏଭଳି ଆକଳନ କରିଛି ଟାଇମ୍ସ ନାଓ ଜନମତ ସର୍ଭେ । ମୋଟ ୪୦୩ ଆସନରୁ ୨୩୦ ରୁ ୨୪୯ ଆସନ ଜିତିପାରେ ବିଜେପି ମେଣ୍ଟ । ସମାଜବାଦୀ ପାର୍ଟି ୧୩୭ରୁ ୧୫୭ ସିଟ୍ ଜିତିପାରେ ।

ବହୁଜନ ସମାଜ ପାର୍ଟି ଓ କଂଗ୍ରେସ ପ୍ରତିଯୋଗୀତାରୁ ବାଦ ପଡ଼ିବେ ବୋଲି ଆକଳନ କରାଯାଇଛି । ବିଏସପି ୯ ରୁ ୧୪ଟି ଆସନ ପାଇପାରେ । ୨୦୧୭ ଭଳି କଂଗ୍ରେସ ଦୁଇ ଅଙ୍କ ଛୁଇଁ ପାରିବନି । ସେହିପରି ବିଜେପି ୩୮.୬ ପ୍ରତିଶତ ଭୋଟ ପାଇବ । ୨୦୧୭ ନିର୍ବାଚନ ଠାରୁ ଏହା ୩ ପ୍ରତିଶତ କମ୍ । ସମାଜବାଦୀ ପାର୍ଟି ପାଇବ ୩୪.୪ ପ୍ରତିଶତ ଭୋଟ ।

election
Photo Credit: https://timesofindia.indiatimes.com/

୨୦୧୭ ଠାରୁ ବହୁ ଅଧିକ ଭୋଟ ପାଇବ ସମାଜବାଦୀ ପାର୍ଟି । ବିଏସପିର ଭୋଟ ପ୍ରତିଶତ ୨୦୧୭ ତୁଳନାରେ ହ୍ରାସ ପାଇବ । ବିଏସପିକୁ ମିଳିପାରେ ୧୪.୧ ପ୍ରତିଶତ । ଏଥର ବିଜେପି ଜିତିଲେ ୧୯୮୫ ପରଠାରୁ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶର ଗାଦି ସମ୍ଭାଳିବେ ଯୋଗୀ ଆଦିତ୍ୟନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.