ଦିଲ୍ଲୀ, ମୁମ୍ବାଇରେ ଅଣାୟତ୍ତ କରୋନା ସଂକ୍ରକଣ, ମୁମ୍ବାଇରେ ୨୪ ଘଣ୍ଟାରେ ୨୭% ବଢ଼ିଲା କେସ୍

ନୂଆଦିଲ୍ଲୀ : ମୁମ୍ବାଇରେ ନିଆଁ ଭଳି ବ୍ୟାପୁଛି ସଂକ୍ରକଣ । ଗତକାଲି ଠାରୁ ଆଜି ୨୭ ପ୍ରତିଶତ ଅଧିକ କେସ୍ । ଚିହ୍ନଟ ହୋଇଛନ୍ତି ୮ହଜାର ୬୩ ସଂକ୍ରମିତ । ନୂଆ ସଂକ୍ରମଣ ସହ ମୁମ୍ବାଇର ଆକ୍ଟିଭ୍ କେସ ରହିଛି ୨୯ ହଜାର ୮୧୯ । ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୪୭ ହଜାର ୪୧୦ ନମୂନା ପରୀକ୍ଷା ହୋଇଥିଲା । ଏଥିରୁ ୮ହଜାର ୬୩ ପଜିଟିଭ୍ କେସ୍ ଆସିଛି ।

ଗତକାଲି ମୁମ୍ବାଇରୁ ୬ ହଜାର ୩୪୭ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ନଭେମ୍ବରରେ ମୁମ୍ବାଇର ମୋଟ ସଂକ୍ରମଣ ଥିଲା ୬ ହଜାର ୯୭୧ । ଡିସେମ୍ବରରେ ଏହି ସଂଖ୍ୟା ୨୨ ହଜାର ୨୨୯ ଥିଲା । ଅନ୍ୟପଟେ ଦିଲ୍ଲୀରେ ଆଜି ୧୫ ପ୍ରତିଶତ ବଢ଼ିଛି ମାମଲା । ଆଜି ୩ ହଜାର ୧୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ମେ ୨୨ ପରଠାରୁ ଦିଲ୍ଲୀରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଏଥିସହ ଦିଲ୍ଲୀର ପଜିଟିଭିଟି ହାର ୪.୫୯ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ଜଣଙ୍କ ଜୀବନ ନେଇଛି କରୋନା । ତେବେ ମୁମ୍ବାଇରେ ଗତ ୨୪ ଘଣ୍ଟା ଭିତରେ କରୋନାରେ କାହାର ମୃତ୍ୟୁ ହୋଇନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.