ଅଧିକ ସୁଧର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ୪ କୋଟିରୁ ଅଧିକ ଟଙ୍କା ଚଳୁ, ମଞ୍ଚେଶ୍ୱର ପୋଲିସ ହାତରେ ଧରା ପଡିଲା ହାଇପ୍ରୋଫାଇଲ ଠକ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ହାତରେ ମୋଷ୍ଟ ୱାଣ୍ଟେଡ ହାଇପ୍ରୋଫାଇଲ ଠକ। ଠକ ପ୍ରଭାକର ଜେନାକୁ ଭୁବନେଶ୍ୱର ସାମନ୍ତରାପୁରରୁ ଗିରଫ କରାଯାଇଛି । କମ୍‌ ଦିନରେ ଅଧିକ ସୁଧର ପ୍ରଲୋଭନ ଦେଖାଇ ଏକାଧିକ ଲୋକଙ୍କଠାରୁ ୪ କୋଟିରୁ ଅଧିକ ଟଙ୍କା ଚଳୁ କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଠକ ପ୍ରଭାକରର ଗିରଫ ପରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗକାରୀଙ୍କ ଭିଡ ଦେଖିବାକୁ ମିଳିଛି।

ଲୋକଙ୍କ ବିଶ୍ୱାସ ଭାଜନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କଠାରୁ ଟଙ୍କା ନେଇ ଠିକ୍‌ ସମୟରେ ଅଧିକ ସୁଧ ସହ ଲୋକଙ୍କୁ ଫେରସ୍ତ କରିଥିଲା। ପରବର୍ତ୍ତୀ ସମୟରେ ମୋଟା ଅଙ୍କର ଟଙ୍କା ନେଇ ଦେଢ ବର୍ଷ ହେବ ଫେରାର ହୋଇଯାଇଥିଲା । କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ଏହି ଠକ ଚେନ୍ନାଇର ଏକ ବ୍ୟାଗ୍‌ କଂପାନୀରେ କାମ କରୁଥିଲା। ୧୦ ବର୍ଷ କାମ କରିବା ପରେ ନିଜେ କୋଟିପତି ହେବା ପାଇଁ ଲୋକଙ୍କଠାରୁ ଠକି ଚମ୍ପଟ୍‌ ମାରିଥିଲା।