Below header

କେବେ ତୁଟିବ ଓଲିଉଡ୍ କଳି ? ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବସିଲା ବୈଠକ ହେଲେ ଆସିଲେନି ମନୋଜ ମିଶ୍ର

ଆଜି ଓଡ଼ିଶା ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବୈଠକରେ ଆଲୋଚନା ହୋଇଛି । OFDC ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ ବୈଠକ ବସିଥିଲା । ଉପସ୍ଥିତ ଥିଲେ ଟୁଟୁ ନାୟକ, ଅଭିନେତା ଓ ପ୍ରଯୋଜକ ଅରିନ୍ଦମ ରୟ ଓ ଶ୍ରୀତମ ଦାସ ।

କେନ୍ୟୁଜ୍(ବ୍ୟୁରୋ): କେବେ ତୁଟିବ ଓଲିଉଡ୍ କଳି ? ବିବାଦ ସମାଧାନର ବାଟ ବାହାରିବ କି ? ଆଜି ଓଡ଼ିଶା ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବୈଠକରେ ଆଲୋଚନା ହୋଇଛି । OFDC ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ ବୈଠକ ବସିଥିଲା । ଉପସ୍ଥିତ ଥିଲେ ଟୁଟୁ ନାୟକ, ଅଭିନେତା ଓ ପ୍ରଯୋଜକ ଅରିନ୍ଦମ ରୟ ଓ ଶ୍ରୀତମ ଦାସ । ତେବେ ମନୋଜ ମିଶ୍ରଙ୍କ ଅନୁପସ୍ଥିତି ଯୋଗୁ କୌଣସି ନିସ୍କର୍ଷ ବାହାରିପାରିନି । ଓଡ଼ିଆ ଫିଲ୍ମର ଉନ୍ନତି ପାଇଁ ଆପୋସ ଆଲୋଚନା କରିବାକୁ ଅଭିନେତା ମନୋଜ ମିଶ୍ରଙ୍କୁ ନିବେଦନ କରାଯାଇଛି ।

ଅନ୍ୟପଟେ ମନୋଜ ମିଶ୍ର ସୋସିଆଲ୍ ମିଡିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, OFDC ଅଧ୍ୟକ୍ଷ କୁନା ତ୍ରିପାଠୀ ତାଙ୍କୁ ଫୋନ୍ କରିଥିଲେ । ତାଙ୍କୁ ସମାଧାନର ବାଟ କହିଥିବା କହିଛନ୍ତି ମନୋଜ ମିଶ୍ର । ଗତ କିଛି ଦିନ ହେବ ଓଲିଉଡରେ ବିବାଦ ଚରମ ହୋଇଛି । ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଂଘ ୨ ବର୍ଷ ପାଇଁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନେବା ପରେ ବିବାଦ ଘନେଇଥିଲା ।

ଅରିନ୍ଦମଙ୍କ ଅଭିନୀତ ଓ ପ୍ରଯୋଜିତ ଫିଲ୍ମ ରାମକୁ ସମ୍ବଲପୁରରେ ଚଳାଇ ନଦେବା ପ୍ରତିବାଦରେ ପ୍ରଯୋଜକ ସଂଘର ଦ୍ବାରସ୍ଥ ହୋଇଥିଲେ ଅରିନ୍ଦମ। ପରେ ସଂଘ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ଓଡ଼ିଆ ସିନେମା ଜଗତରୁ ବାସନ୍ଦ କରିଥିଲା । ବିବାଦରେ ରାଜନେତାଙ୍କ ଏଣ୍ଟ୍ରି ପରେ ଅଧିକ ବଢ଼ିଥିଲା ବିବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.