ଜନ୍ମଦିନରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ କିଙ୍ଗ ଖାନ, ରିଲିଜ ହେଲା ଫିଲ୍ମ ‘ଡଙ୍କି’ର ଟିଜର

ଶାହରୁଖ ଖାନ ନିଜ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଡବଲ ଗିଫ୍ଟ ଦେଇଛନ୍ତି । ପ୍ରଥମେ 'ଜବାନ' OTTରେ ରିଲିଜ ହେଲା । ବର୍ତ୍ତମାନ ସୁପରଷ୍ଟାର ଶାହରୁଖ ନିଜ ଅପକମିଂ ଫିଲ୍ମ 'ଡଙ୍କି'ର ଟିଜର ରିଲିଜ କରିଛନ୍ତି । ଏହି ଫିଲ୍ମକୁ ପାଇଁ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଚଳିତ ବର୍ଷ ସୁପରଷ୍ଟାର ଶାହରୁଖଙ୍କ ପାଇଁ ଖୁବ ସ୍ପେଶାଲ ରହିଛି । ‘ପଠାନ’ ଏବଂ ‘ଜୱାନ’ ଭଳି ସୁପରହିଟ ଫିଲ୍ମ ପରେ ଡିସେମ୍ବରରେ ‘ଡଙ୍କି’ ସହିତ ପୁଣିଥରେ କମବ୍ୟାକ୍ କରୁଛନ୍ତି ଶାହରୁଖ ଖାନ । ବଲିଉଡ ବାଦଶାହ ନିଜ ଜନ୍ମଦିନରେ ‘ଡଙ୍କି’ର ଟିଜର ସେୟାର କରିଛନ୍ତି । ଏହି ଫିଲ୍ମ ପାଇଁ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଟିଜର ବିଷୟରେ କହିବାକୁ ଗଲେ ଏଥିରେ ୪ଜଣ ସାଙ୍ଗଙ୍କ ଷ୍ଟୋରି ଦେଖାଯାଇଛି ।

ଟିଜରରେ ଶାହରୁଖ ଏକ ମରୁଭୂମିରେ ଦୌଡୁଥିବାର ନଜର ଆସିଛନ୍ତି । ଏଥିରେ ତାଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ ରହିଛନ୍ତି । ଏଥିରେ ୪ ଜଣ ସାଙ୍ଗ ଲଣ୍ଡନ ଯିବାର ସ୍ୱପ୍ନ ଦେଖୁଛନ୍ତି । ତେବେ ଶାହରୁଖ ନିଜ ସାଙ୍ଗମାନଙ୍କ ସହିତ ବିଦେଶ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି କି ନାହିଁ, ତାହା ଉପରେ ଏହି ଫିଲ୍ମ ନିର୍ମିତ ହୋଇଛି । କହିବାକୁ ଗଲେ ‘ଡଙ୍କି’ର ଟିଜର ଖୁବ ମଜାଦାର ରହିଛି ।

ସୂଚନାଯୋଗ୍ୟ, ରାଜକୁମାର ଇରାନୀ ଏହି ଫିଲ୍ମର ନିର୍ଦ୍ଧେଶନା ଦେଇଛନ୍ତି । ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ବିକି କୌଶଳ, ତାପସୀ ପନୁ, ବୋମାନ ଇରାନୀ ଏବଂ ସତୀଶ ସାହା ମଧ୍ୟ ନଜର ଆସିଛନ୍ତି । ଚଳିତ ବର୍ଷ ୨୨ ଡିସେମ୍ବରରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.