ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର, ନିରୀକ୍ଷଣ କରୁଛନ୍ତି ମେଡିକାଲ ଟିମ

ବେଙ୍ଗାଳୁରରୁ ଡାକ୍ତର ଆସି ତାଙ୍କୁ ଚିକିତ୍ସା କରୁଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି । ଲୋକଙ୍କ ଭଲ ପାଇବା ରହିଛି । ବାପାଙ୍କ ଦେହ ଭଲ ହୋଇଯିବ ବୋଲି ତାଙ୍କ ପୁଅ ସୁନୀଲ ମହାନ୍ତି କହିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର । ସେ ଏବେ ଭୁବନେଶ୍ବର ଏକ ଘରୋଇ ହସପିଟାଲ ଆଇସିୟୁରେ ଅଛନ୍ତି । ମେଡିକାଲ ଟିମ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ନିରୀକ୍ଷଣ କରୁଛନ୍ତି ।

ବେଙ୍ଗାଳୁରରୁ ଡାକ୍ତର ଆସି ତାଙ୍କୁ ଚିକିତ୍ସା କରୁଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି । ଲୋକଙ୍କ ଭଲ ପାଇବା ରହିଛି । ବାପାଙ୍କ ଦେହ ଭଲ ହୋଇଯିବ ବୋଲି ତାଙ୍କ ପୁଅ ସୁନୀଲ ମହାନ୍ତି କହିଛନ୍ତି । ଦୁଇଦିନ ପୂର୍ବରୁ ମହେଶ୍ବର ମହାନ୍ତିଙ୍କ ଦେହ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.