Below header

ଅଷ୍ଟ୍ରେଲିଆ ଟିମ୍‌କୁ ଝଟକା, ବ୍ୟକ୍ତିଗତ କାରଣ ଯୋଗୁଁ ସ୍ୱଦେଶ ଫେରିଲେ ମିଚେଲ ମାର୍ଶ

ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ତଥା ବ୍ୟାଟର ମିଚେଲ ମାର୍ଶ ବ୍ୟକ୍ତିଗତ କାରଣ ଯୋଗୁଁ ହଠାତ୍‌ ସ୍ୱଦେଶ ଫେରିଯାଇଛନ୍ତି । ତାଙ୍କ ପାରିବାରିକ ମାମଲା ନେଇ ସ୍ୱଦେଶ ଫେରିଥିବା ସୂଚନା ମିଳିଛି । କ୍ରିକେଟ ଅଷ୍ଟ୍ରେଲିଆ ଏହା ସୂଚନା ଦେଇଛି ।

ବିଶ୍ୱକପ କ୍ରେଜ ଚାଲିଥିବା ବେଳେ ଅଷ୍ଟ୍ରେଲିଆ ଟିମକୁ ଝଟକା । ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ତଥା ବ୍ୟାଟର ମିଚେଲ ମାର୍ଶ ବ୍ୟକ୍ତିଗତ କାରଣ ଯୋଗୁଁ ହଠାତ୍‌ ସ୍ୱଦେଶ ଫେରିଯାଇଛନ୍ତି । ତାଙ୍କ ପାରିବାରିକ ମାମଲା ନେଇ ସ୍ୱଦେଶ ଫେରିଥିବା ସୂଚନା ମିଳିଛି । ତେବେ ମାର୍ଶ ବିଶ୍ୱକପରେ ଆଗାମୀ ମ୍ୟାଚ ଖେଳିପାରିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ବ୍ୟକ୍ତିଗତ କାରଣ ଯୋଗୁଁ ମାର୍ଶ ଅଷ୍ଟ୍ରେଲିଆ ଫେରିଥିବା ସୂଚନା ମିଳିଛି । ତେବେ ପ୍ରକୃତ କାରଣ ଜଣାପଡିନାହିଁ । କ୍ରିକେଟ ଅଷ୍ଟ୍ରେଲିଆ ଏହା ସୂଚନା ଦେଇଛି । ମାର୍ଶ ସ୍ୱଦେଶ ଫେରିବା ଏବଂ ଅନିଶ୍ଚିତତା କାଳ ବାହାର ଟିମରୁ ବାଦ୍‌ ପଡିବା ଟିମ୍‌ ପାଇଁ ବଡ ଝଟକା । ମାର୍ଶ ଭଲ ଫର୍ମରେ ଥିଲେ । ଟିମ୍‌ ପାଇଁ ଓପନିଂ କରୁଥିଲେ । ଆଉ ଯଦି ଟିମକୁ ନ ଫେରନ୍ତି, ତେବେ ଟିମକୁ ବଡ ଝଟକା ଲାଗିପାରେ ।

ବିଶ୍ୱକପ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ୩ ନଂ ସ୍ଥାନରେ ରହିଛି । ପ୍ରଥମ ୬ଟି ମ୍ୟାଚ ଖେଳି ୮ ପଏଣ୍ଟ ହାସଲ କରିଛି । ଅଷ୍ଟ୍ରେଲିଆ ଆଗକୁ ଇଂଲଣ୍ଡ, ଆଫଗାନିସ୍ତାନ ଏବଂ ବାଂଲାଦେଶ ସହିତ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.