Below header

ବିଷମକଟକ ଥାନା ଚାଟିକୋଣାରେ ମାଓପୋଷ୍ଟର

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଟିକୋଣା ଗାଁରେ ମାଓପୋଷ୍ଟର। ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଲାଗିଛି ପୋଷ୍ଟର । ପୋଷ୍ଟରରେ ମାୟାବାଲି ଗାଁର ସିତୁନ ସିକ୍‌କାକୁ ତୁରନ୍ତ ଜେଲରୁ ଖଲାସ କରିବା ପାଇଁ ଉଲ୍ଲେଖ ହୋଇଛି। ସେହିପରି ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଓ ହରିଜନମାନଙ୍କୁ ପୋଲିସ ଜୁଲୁମ ନେଇ ମଧ୍ୟ ଉଲ୍ଲେଖ ରହିଛି। ଏହା ସହ ପୋଲିସ ଇନଫର୍ମର ଓ ଠିକାଦାରଙ୍କୁ ଦଲାଲି ନକରି ସତର୍କ ରହିବାକୁ ଚେତାବନୀ ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.