Below header

କାହିଁକି ଭଗବାନ ଶ୍ରୀକୃଷ୍ଣ ନିଜ ପୁତ୍ରକୁ ଦେଇଥିଲେ କୁଷ୍ଠ ରୋଗ ହେବାର ଅଭିଶାପ, ବଡ ରୋଚକ ଏହା ପଛର କାହାଣୀ

ଭଗବାନ କୃଷ୍ଣଙ୍କ ସହ ଜଡିତ ଅନେକ କାହାଣୀ ରହିଛି ଯାହା ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ଏମିତି ଏକ ରହସ୍ୟ ରହିଛି ତାଙ୍କ ପୁତ୍ରଙ୍କ ସହିତ। ଏହା ବିଷୟରେ କୁହାଯାଏ ଯେ ଭଗବାନ କୃଷ୍ଣ କ୍ରୋଧରେ ନିଜର ହିଁ ପୁତ୍ରଙ୍କୁ କୁଷ୍ଠ ରୋଗ ହେବାରେ ଅଭିଶାପ ଦେଇଥିଲେ। କିନ୍ତୁ ଏମିତି ହେବା ପଛର କାରଣ ବହୁତ ରୋଚକପୂର୍ଣ୍ଣ ଅଟେ।

କୁହାଯାଏ ଯେ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ସାମ୍ବ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିର ଏବେ ପାକିସ୍ତାନର ମୁଲତାନ ସହରରେ ରହିଛି। ଏହି ସୂର୍ଯ୍ୟ ମନ୍ଦିରକୁ ଆଦିତ୍ୟ ମନ୍ଦିର ନାମରେ ମଧ୍ୟ ଜଣାଯାଇଥାଏ।

krishnaଏମିତିରେ ତ କୃଷ୍ଣଙ୍କର ଅନେକ ରାଣୀ ଥିଲେ। ସେମାନଙ୍କ ମଧ୍ୟରୁ ଗଣେ ଜାମବନ୍ତଙ୍କ ପୁତ୍ରୀ ଜାମବନ୍ତୀ ମଧ୍ୟ ଥିଲେ। ଶ୍ରୀକୃଷ୍ଣ ଏବଂ ଜାମବନ୍ତୀଙ୍କ ବିବାହ ପଛରେ ମଧ୍ୟ ଏକ କାହାଣୀ ରହିଛି। ପୁରାଣ ଅନୁସାରେ ବହୁମୂଲ୍ୟ ମଣି ହାସଲ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଏବଂ ଜାମବନ୍ତରେ ୨୮ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା। ଯୁଦ୍ଧ ସମୟରେ ଜାମବନ୍ତ କୃଷ୍ଣଙ୍କର ଅସଲି ରୂପକୁ ଚିହ୍ନି ପାରିଲେ ଏହାପରେ ସେ ମଣି ସମେତ ନିଜ କନ୍ୟା ଜାମବନ୍ତୀଙ୍କ ହାତ ମଧ୍ୟ ତାଙ୍କୁ ଦେଇଦେଲେ।

ଏହାସହ ପଢ଼ନ୍ତୁ : ଏକମାତ୍ର କୃଷ୍ଣ ମନ୍ଦିର ଯେଉଁଠାରେ ଦିନକୁ ତିନି ଥର ଚଢ଼ାଯାଏ ବାନା, ଶ୍ରଦ୍ଧାଳୁଙ୍କୁ ବର୍ଷ-ବର୍ଷ ଧରି କରିବାକୁ ପଡିଥାଏ…

କୃଷ୍ଣ ଏବଂ ଜାମବନ୍ତୀଙ୍କ ପୁତ୍ରର ନାମ ହେଉଛି ସାମ୍ବ। କୁହାଯାଏ ଯେ ସାମ୍ବ ଏତେ ସୁନ୍ଦର ଏବଂ ଆକର୍ଷକ ଥିଲେ ଯେ କୃଷ୍ଣଙ୍କର ଅନେକ ପାଟରାଣୀ ମଧ୍ୟ ତାଙ୍କ ସୁନ୍ଦରତାର ପ୍ରଭାବରେ ଆସିଯାଇଥିଲେ। ମାନ୍ୟତା ରହିଛି ଯେ ସାମ୍ବଙ୍କ ରୂପରେ ପ୍ରଭାବିତ ହୋଇ ତରେ ଶ୍ରୀକୃଷ୍ଣ ଜଣେ ରାଣୀ ସାମ୍ବଙ୍କର ସ୍ତ୍ରୀ ରୂପ ଧାରଣ କରି ତାଙ୍କୁ ଆଲିଙ୍ଗନରେ ଭରି ନେଇଥିଲେ। କିନ୍ତୁ ଏହି ସମୟରେ ସେହି ଦୁଇ ଜଣଙ୍କୁ ଶ୍ରୀକୃଷ୍ଣ ଦେଖିନେଲେ। ଏଥିରେ କ୍ରୋଧିତ ହୋଇ ଶ୍ରୀକୃଷ୍ଣ ସାମ୍ବଙ୍କୁ କୁଷ୍ଠ ରୋଗ ହେବାର ଅଭିଷାପ ଦେଇଦେଲେ।

sambaପୁରାଣ ଅନୁଯାୟୀ ମହର୍ଷି କଟକ ସାମ୍ବଙ୍କୁ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଉପାୟ କହି ସୂର୍ଯ୍ୟ ଦେବଙ୍କୁ ଉପାସନ କରିବା ପାଇଁ ପରାମର୍ଶ ଦେଲେ। ଏହାପରେ ସାମ୍ବ ଚନ୍ଦ୍ରଭାଗା ନଦୀ କୂଳରେ ମିତ୍ରବନରେ ସୂର୍ଯ୍ୟଦେବଙ୍କର ଏକ ମନ୍ଦିର ନିର୍ମାଣ କଲେ ଏବଂ ୧୨ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଦେବଙ୍କର କଠିନ ତପସ୍ୟା କଲେ।

କୁହାଯାଏ ଯେ ସୂର୍ଯ୍ୟଦେବ ସାମ୍ବାଙ୍କର ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବାକୁ କହିଲେ। ଆଜି ମଧ୍ୟ ଚନ୍ଦ୍ରଭାଗା ନଦୀକୁ କୁଷ୍ଠ ରୋଗ ଠିକ କରିବା ନଦୀ ନାମରେ ଜଣାଯାଇଥାଏ। ମାନ୍ୟତା ରହିଛି ଯେ ଏହି ନଦୀରେ ସ୍ନାନ କରୁଥିବା ବ୍ୟକ୍ତିଙ୍କ କୁଷ୍ଠ ଜଲଦି ଠିକ୍ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.