ଦଣ୍ଡକାରଣ୍ୟ ଡିଭିଜନର ମୋଷ୍ଟ ଓ୍ଵାଣ୍ଟେଡ ମାଓ ନେତା ହିଡମା କରୋନା ଆକ୍ରାନ୍ତ

ମାଲକାନଗିରି(କେନ୍ଯୁଜ୍): ଦଣ୍ଡକାରଣ୍ୟ ଡିଭିଜନର ଟପ୍‌ ମାଓ ନେତା ହିଡମା କରୋନା ଆକ୍ରାନ୍ତ। ହିଡମା ନାଁରେ ରହିଛି ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୋଷ୍ଟ ଓ୍ଵାଣ୍ଟେଡ ମାଓବାଦୀ ହିଡମା ସହିତ ମିଲଟ୍ରି ପ୍ଲାଟୁନ୍‌ କମାଣ୍ଡର ଉଇକେ ମଧ୍ୟ କରୋନା ଆକ୍ରାନ୍ତ। ଦଣ୍ଡକାରଣ୍ୟ ସ୍ପେଶାଲ ଜର୍ଣ୍ଣାଲ କମିଟିର ହାର୍ଡକୋର ମାଓବାଦୀ ଗଙ୍ଗା କରୋନାରେ ମୃତ୍ଯୁବରଣ କରିଥିବାବେଳେ ହିଡମା କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ପୋଲିସର ଲଗାତର ମାଓ ଦମନ ଅପରେସନ ଯୋଗୁ ମାଓବାଦୀ ଖାଦ୍ୟ ସମାଗ୍ରୀ ହେଉ କି ମେଡିସିନ ପାଇବା ବଡ଼ କଷ୍ଟକର ହୋଇପଡିଛି। ତେଣୁ ଏହି ସମୟରେ ହିଡମା କରୋନା ଆକ୍ରାନ୍ତ ହେବା ମାଓ ସଙ୍ଗଠନକୁ ବଡ଼ ଧକ୍କା ସଦୃଶ। ତେବେ ଏବେ ମାଓ ସଙ୍ଗଠନରେ କରୋନା ମହାମାରୀ ବ୍ୟାପିଥିବାରୁ ସେହି ଅଞ୍ଚଳରେ ବସବାସ କରୁଥିବା ଗାଁ ଲୋକ ମାଓବାଦୀଙ୍କ ସହ ନମିଶିବାକୁ ପରାମର୍ଶ ଦେଇଛନ୍ତି ବସ୍ତର ଆଇଜି ସୁନ୍ଦର ରାଜ ପି। ଏହା ସହ ଆକ୍ରାନ୍ତ ମାଓବାଦୀ ଆତ୍ମସର୍ମପଣ କଲେ ସେମାନଙ୍କୁ ମାଗଣାରେ ଚିକିତ୍ସା କରାଯିବ ବୋଲି ଆଇଜି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.