Below header

ଗତକାଲି ଟ୍ରକ ଧକ୍କାରେ ୫ ବରଯାତ୍ରୀଙ୍କ ମୃତ୍ୟୁ ପରେ ବିବାହ ବନ୍ଦ ହୋଇଥିଲା, ଆଜି ବର-କନ୍ୟାଙ୍କ ପଡ଼ିଛି ହାତଗଣ୍ଠି

ହରିଚନ୍ଦନପୁର ଷଠିଘର ସାହିର କାର୍ତ୍ତିକ ପାତ୍ରଙ୍କ ଝିଅର ହରିଚନ୍ଦନପୁର ବ୍ଲକ ମାନପୁର ଗାଁର ହାଡ଼ିବନ୍ଧୁ ପାତ୍ରଙ୍କ ପୁଅ ହେମନ୍ତଙ୍କ ସହ ଗତକାଲି ବିବାହ ହେବାର ଥିଲା । ବରଯାତ୍ରୀମାନେ ରାତି ପ୍ରାୟ ଗୋଟାଏରେ ଡିଜେ ବଜାଇ ରୋଷଣୀ ସହ ବରକୁ ନେଇ ଶୋଭାଯାତ୍ରାରେ ଯାଉଥିଲେ ।

କେନ୍ଦୁଝର(କେନ୍ୟୁଜ୍): ବାହା ହେଲା ମଙ୍ଗୁଳା କନ୍ୟା । ଗତକାଲି ଟ୍ରକ ଧକ୍କାରେ ୫ ବରଯାତ୍ରୀଙ୍କ ମୃତ୍ୟୁ ପରେ ବିବାହ ବନ୍ଦ ହୋଇଥିଲା । ଅଧା ବାଟରୁ ଫେରିଯାଇଥିଲା ବର । ତେବେ ଆଜି ବର-କନ୍ୟାଙ୍କ ପଡ଼ିଛି ହାତଗଣ୍ଠି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି । ହରିଚନ୍ଦନପୁର ଷଠିଘର ସାହିର କାର୍ତ୍ତିକ ପାତ୍ରଙ୍କ ଝିଅର ହରିଚନ୍ଦନପୁର ବ୍ଲକ ମାନପୁର ଗାଁର ହାଡ଼ିବନ୍ଧୁ ପାତ୍ରଙ୍କ ପୁଅ ହେମନ୍ତଙ୍କ ସହ ଗତକାଲି ବିବାହ ହେବାର ଥିଲା । ବରଯାତ୍ରୀମାନେ ରାତି ପ୍ରାୟ ଗୋଟାଏରେ ଡିଜେ ବଜାଇ ରୋଷଣୀ ସହ ବରକୁ ନେଇ ଶୋଭାଯାତ୍ରାରେ ଯାଉଥିଲେ ।

ଝିଅ ଘରଠାରୁ ମାତ୍ର କିଛି ଦୂରରେ ସେମାନେ ପହଞ୍ଚିଥିବା ବେଳେ ଜାତୀୟ ରାଜପଥରେ ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କ ବରଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇ ହୋଇଥିଲେ । ଏହାପରେ ଗତକାଲି ବିବାହ ହୋଇପାରିନଥିଲା । ଏହାପରେ ହରିଚନ୍ଦନପୁର ବ୍ଲକ ନନ୍ଦରା ଗାଁରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରେ ଆଜି ମଙ୍ଗୁଳା ବର ଓ କନ୍ୟାଙ୍କ ବିବାହ ହିନ୍ଦୁ ରୀତିନୀତିରେ ଅନୁଷ୍ଠିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.