ଭୂସ୍ଖଳନରେ ଧୋଇଗଲା ବଦ୍ରିନାଥକୁ ଯାଉଥିବା ରାଜପଥ, ଫସିଲେ ପର୍ଯ୍ୟଟକ

ମୌସୁମୀ ପ୍ରଭାବରେ ଭାରତର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ହେଉଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ସମାନ ଭାବେ ଲଗାଣ ବର୍ଷା କାରଣରୁ ଉତ୍ତରାଖଣ୍ଡର ଚମୋଲିରେ ଭୂସ୍ଖଳନ ହୋଇଥିଲା । ଏହା ଦ୍ୱାରା ଏଠାରେ ଥିବା ଜାତୀୟ ରାଜପଥର ଏକ ଅଂଶ ଧୋଇଯାଇଛି । ରାସ୍ତା ଧୋଇ ଯାଇଥିବାରୁ ପର୍ଯ୍ୟଟକମାନେ ଫସି ଯାଇଥିଲେ ।

ଭାରତରେ ମୌସୁମୀ କିଛି ଭିନ୍ନ ଶୈଳୀରେ ପ୍ରବେଶ କରିଛି । ମୌସୁମୀ ପ୍ରଭାବରେ ଭାରତର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ହେଉଥିବାରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି । ସମାନ ଭାବେ ଲଗାଣ ବର୍ଷା କାରଣରୁ ଉତ୍ତରାଖଣ୍ଡର ଚମୋଲିରେ ଭୂସ୍ଖଳନ ହୋଇଥିଲା । ଏହା ଦ୍ୱାରା ଏଠାରେ ଥିବା ଜାତୀୟ ରାଜପଥର ଏକ ଅଂଶ ଧୋଇଯାଇଛି । ରାସ୍ତା ଧୋଇ ଯାଇଥିବାରୁ ପର୍ଯ୍ୟଟକମାନେ ଫସି ଯାଇଥିଲେ । ଚମୋଲି ଜିଲ୍ଲାର ଛିନକା ନିକଟସ୍ଥ ବଦ୍ରିନାଥକୁ ଯାଉଥିବା ଜାତୀୟ ରାଜପଥ ୭ର ଏକ ଅଂଶ ଧୋଇଯାଇଛି । ପର୍ଯ୍ୟଟକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ତିନି ଦିନ ପୂର୍ବରୁ ହଠାତ ହୋଇଥିବା ବନ୍ୟା ଏବଂ ଭୂସ୍ଖଳନ ପାଇଁ ହିମାଚଳ ପ୍ରଦେଶର ମଣ୍ଡି ଏବଂ କୁଲ୍ଳ ୁ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ବନ୍ଦ ହୋଇଯାଇଥିଲା । ଫଳରେ ପାଖାପାଖି ୨୦୦ ଲୋକ ଫସି ଯାଇଥିଲେ, ଯେଉଁଥିରେ ଅଧିକାଂଶ ଲୋକ ପର୍ଯ୍ୟଟକ ଥିଲେ । ସେମାନଙ୍କୁ ୧୫ କିଲୋମିଟରର ଲମ୍ବା ଟ୍ରାଫିକ ଜାମ ସହିବାକୁ ପଡ଼ିଥିଲା ।

ମିଳିଥିବା ସୂଚନା ଅନୁସାରେ, ହିମାଚଳ ପ୍ରଦେଶରେ ବର୍ଷା ପାଇଁ ହେଉଥିବା ବିଭିନ୍ନ ଘଟଣା ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୪ ଜଣ ଆହତ ହୋଇଛନ୍ତି ଏବଂ ୩ ଜଣ ନିଖୋଜ ଅଛନ୍ତି । ଲଗାଣ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ଉତ୍ତରାଖଣ୍ଡର କିଛି ଅଂଶରେ ଅରେଞ୍ଜ ଆଲର୍ଟ ଜାରି କରିଛି । ଏହାରି ମଧ୍ୟରେ ଦିଲ୍ଲୀରେ ମଧ୍ୟ ଲଗାଣ ବର୍ଷା ହୋଇଛି ଏବଂ ଅନେକ ସ୍ଥାନରେ ପାଣି ଜମି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.