ରାହୁଲ ଗାନ୍ଧୀଙ୍କ ରାସ୍ତାରେ ଗ୍ରେନେଡ୍‌ ଆକ୍ରମଣର ଥିଲା ଆଶଙ୍କା, ପୋଲିସ ଅଟକାଇଲା କାର୍‌କେଡ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ମଣିପୁର ଗସ୍ତରେ ଇମ୍ଫାଲରେ ପହଞ୍ଚିଛନ୍ତି। ଆଜି ଇମ୍ଫାଲରୁ ବିଷ୍ଣୁପୁର ଯିବା ବେଳେ ପୋଲିସ ରାହୁଲ ଗାନ୍ଧୀଙ୍କ କାର୍‌କେଡକୁ ଅଟକାଇଥିଲା।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ମଣିପୁର ଗସ୍ତରେ ଇମ୍ଫାଲରେ ପହଞ୍ଚିଛନ୍ତି। ଆଜି ଇମ୍ଫାଲରୁ ବିଷ୍ଣୁପୁର ଯିବା ବେଳେ ପୋଲିସ ରାହୁଲ ଗାନ୍ଧୀଙ୍କ କାର୍‌କେଡକୁ ଅଟକାଇଥିଲା। କାର୍‌କେଡ ଅଟକାଯିବା ପରେ ରାହୁଲ ଇମ୍ଫାଲ ବିମାନବନ୍ଦରକୁ ଫେରି ସେଠାରୁ ହେଲିକାପ୍ଟର ଯୋଗେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ଯିବେ।

କାର୍‌କେଡ ଅଟକାଯିବା ନେଇ ବିଷ୍ଣୁପୁର ଏସପି ହେସନାମ ବଳରାମ ସିଂ କହିଛନ୍ତି, ଗ୍ରାଉଣ୍ଡ ସ୍ଥିତିକୁ ଦୃଷ୍ଟିରେ ରଖି ଆମେ ରାହୁଲ ଗାନ୍ଧୀଙ୍କୁ ଆଗକୁ ଯିବା ବନ୍ଦ କରିଛୁ। ତାଙ୍କୁ ହେଲିକାପ୍ଟର ଯୋଗେ ଚୁରାଚାନ୍ଦପୁର ଯିବାକୁ ପରାମର୍ଶ ଦିଆଯାଇଛି।

ରାହୁଲ ଗାନ୍ଧୀ ଯେଉଁ ରାସ୍ତାରେ ଯାଉଥିଲେ, ସେହି ରାସ୍ତାରେ ଗ୍ରେନେଡ ଆକ୍ରମଣ ହେବାର ଆଶଙ୍କା ଥିଲା। ତାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଆମେ ତାଙ୍କୁ ଅନୁମତି ଦେଇନାହୁଁ। ଏହା ସହିତ ରାହୁଲ ଗାନ୍ଧୀ ଯାଉଥିବା ରାସ୍ତାରେ ମହିଳା ପ୍ରଦର୍ଶନକାରୀଙ୍କ ଭିଡ ଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଏଭଳି ଘଟଣାର ପୁନରାବୃତ୍ତି ଆଶଙ୍କା କରୁଛୁ, ତେଣୁ ସତର୍କତାମୂଳକ ପଦକ୍ଷେପ ଭାବରେ କାର୍‌କେଡକୁ ବିଷ୍ଣୁପୁରରେ ଅଟକି ରହିବାକୁ ଅନୁରୋଧ କରାଯାଇଛି। କହି ରଖୁଛୁ, ରାହୁଲ ଗାନ୍ଧୀ ଆଜି ସକାଳେ ଇମ୍ଫାଲରେ ପହଞ୍ଚି ଚୁରାଚାନ୍ଦପୁର ଅଭିମୁଖେ ଯିବେ। ସେଠାରେ ସେ ରିଲିଫ୍‌ କ୍ୟାମ୍ପ ପରିଦର୍ଶନ କରିବା ସହ ଜାତିଗତ ସଂଘର୍ଷରେ ବିସ୍ଥାପିତ ଲୋକଙ୍କୁ ଭେଟିବାକୁ ଯୋଜନା କରିଛନ୍ତି।

Leave A Reply

Your email address will not be published.