Below header

ଚୀନର ଗୁଇନ୍ଦା ବେଲୁନରେ ବ୍ୟବହୃତ ହୋଇଥିଲା ଆମେରିକା ଟେକ୍ନଲୋଜି : ରିପୋର୍ଟ

ଚଳିତ ବର୍ଷ ଆମେରିକା ଆକାଶରେ ଦେଖାଯାଇଥିବା ଚୀନର ଏକ ଗୁପ୍ତଚର ବେଲୁନରେ ଆମେରିକାର ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା ବୋଲି ବୁଧବାର ଓ୍ଵାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଛି । ଏନେଇ ହୋଇଥିବା ଏକ ତଦନ୍ତରୁ ଏହା ଜଣାପଡିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

ଏହି ଗୁଇନ୍ଦା ବେଲୁନରେ ବ୍ୟବସାୟିକ ଭାବେ ମିଳୁଥିବା ଆମେରିକାର ଗିଅର ଓ ଚାଇନା ସେନ୍ସର ଲଗାଯାଇଥିଲା ଯାହାକି ପଟୋ ସହ ଅଡିଓ ମଧ୍ୟ ରେକର୍ଡ କରିପାରିବ ବୋଲି ଆମେରିକାର ଗୁଇନ୍ଦା ଓ ପ୍ରତିରକ୍ଷା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଏହି ତଦନ୍ତରୁ ଜଣାପଡିଛି ଯେ ଚୀନର ଏହି ଗୁଇନ୍ଦା ବେଲୁନ ଗୁଇନ୍ଦା କାର୍ଯ୍ୟ ପାଇଁ ଚୀନ ବ୍ୟବହାର କରିଥିଲା ବୋଲି ଆମେରିକା କହିଥିବା ବେଲେ ଏହାକୁ ଜଳବାୟୁ ମନିଟର ପାଇଁ ବ୍ୟବହୃତ ହୋଇଥିଲା ବୋଲି ଚୀନ କହିଛି । କିନ୍ତୁ ଏହି ବେଲୁନ ଆକାଣରେ ୮ ଦିନ ରହଣୀ ଭିତରେ ଆଲସ୍କା, କାନଡା ଓ ଆମେରିକାର କେତେକ ଅଂଚଳ ଦେଇ ଗତି କରିଥିଲେ ମଧ୍ୟ କୌଣସି ଫଟୋ ଉଠାଇ ପାରି ନଥିଲା ବୋଲି ଆମେରିକା କହିଛି । ତେବେ ଏ ସମ୍ପର୍କରେ ହ୍ଵାଇଟ ହାଉସ କିମ୍ବା ଏଫବିଆଇ କୌଣସି ପ୍ରତିକ୍ରିୟ ରଖିନାହିଁ । ଗତ ଫେବ୍ରୁଆରୀରେ ଆମେରିକା ଏହି ବେଲୁନକୁ କ୍ଷପଣାସ୍ତ୍ର ମାରି ଖସାଇ ଦେଇଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.