ପରକୀୟା ପ୍ରୀତି ପାଇଁ ଗଲା ବିବାହିତା ମହିଳାଙ୍କ ଜୀବନ, ଏବେ ଜେଲରେ ପ୍ରେମିକ
ପରକୀୟା ପ୍ରୀତି ଯୋଗୁଁ ଜୀବନ ହାରିଲେ ଜଣେ ମହିଳା, ଜେଲ ଗଲା ପ୍ରେମିକ ତା ପୁଣି କୌଣସି ଖୋଲା ସ୍ଥାନରେ ନୁହେଁ କୀ ଜନଗହଳି ସ୍ଥାନରେ ନୁହେଁ, ଘର ଭିତରେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକ ନିଜେ ଜୀବନରୁ ମାରି ଅଭିନବ ଉପାୟରେ ଫେରାର ହୋଇ ଯାଇଥିଲା ।

ଭଦ୍ରକ(କେନ୍ୟୁଜ) : ପରକୀୟା ପ୍ରୀତି ଯୋଗୁଁ ଜୀବନ ହାରିଲେ ଜଣେ ମହିଳା, ଜେଲ ଗଲା ପ୍ରେମିକ ତା ପୁଣି କୌଣସି ଖୋଲା ସ୍ଥାନରେ ନୁହେଁ କୀ ଜନଗହଳି ସ୍ଥାନରେ ନୁହେଁ, ଘର ଭିତରେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକ ନିଜେ ଜୀବନରୁ ମାରି ଅଭିନବ ଉପାୟରେ ଫେରାର ହୋଇ ଯାଇଥିଲା । ଏହିଭଳି ଏକ ନୃଶଂସ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଅପର୍ତିବିନ୍ଧା ନ୍ୟୁ କଲୋନୀ ଅଞ୍ଚଳରେ. ଯାହା ଭଦ୍ରକ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ତେବେ ପ୍ରେମିକ କାହିଁକି ହତ୍ୟା କଲା ବିବାହିତା ମହିଳାଙ୍କୁ ଓ ଘଟଣା ପଛରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା ।
ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ତିହିଡି ଥାନା ଗୋଳା ପୋଖରୀ ଅଞ୍ଚଳର ମହେଶ୍ୱର ନାୟକଙ୍କ ପତ୍ନୀ ମଧୁସ୍ମିତା ନାୟକ ଅପର୍ତିବିନ୍ଧା ନ୍ୟୁ କଲୋନୀରେ ଆଜକୁ ପ୍ରାୟ ୮ମାସ ହେବ ଏକ ଭଡା ଘରେ ରହୁଥିଲେ । ସ୍ୱାମୀ ମହେଶ୍ୱର ନାୟକ ମୁମ୍ବାଇରେ ରହୁଥିବା ବେଳେ ଏକମାତ୍ର ପୁଅ ରାଜ୍ୟ ବାହାରେ ରହି ପାଠ ପଢୁଛନ୍ତି । ଏପରି ସ୍ଥଳେ ମଧୁସ୍ମିତା ଏକା ଅପର୍ତିବିନ୍ଧା ନ୍ୟୁ କଲୋନୀରେ ରହିଆସୁଥିଲେ ।
ପୋଲିସ ସୂଚନା ଅନୁଯାୟୀ ଗତ ୨୦୨୧ ମସିହାରେ ଜଗତସିଂହପୁର ଜିଲ୍ଲାର ଅଗର ଅଞ୍ଚଳର ଆଶିଷ କୁମାର ମହାନ୍ତି ସହିତ ମଧୁସ୍ମିତାଙ୍କର ଭୁବେନେଶ୍ୱରରେ ଦେଖା ଜଣା ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଆଶିଷ ବିବାହ କରି ନଥିବା ମଧୁସ୍ମିତା ଜାଣିଥିଲେ । ଏହାପରେ ଆଶିଷ ମଧୁସ୍ମିତାଙ୍କୁ ଆର୍ଥିକ ସହାୟତା ଦେଇ ତାଙ୍କ ନିକଟତର ହୋଇଥିଲା, ଫଳରେ ଉଭୟ ମଧ୍ୟରେ ନିବିଡ଼ ସମ୍ପର୍କ ଗଢି ଇଠିଥିବା । ଯାହାକୁ ସ୍ୱାମୀ ମହେଶ୍ୱର ଜାଣିପାରିନଥିଲେ ।
ତେବେ ଗତ ମାର୍ଚ୍ଚ ମାସରେ ପ୍ରେମିକ ଆଶିଷ ମଧୁସ୍ମିତା ରହୁଥିବା ଭଡା ଘରକୁ ଆସିଥିଲା ଏବଂ ସେଠାରେ ଟଙ୍କା ଫେରସ୍ତ ଓ ସନ୍ଦେହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକ ଆଶିଷ ମଧୁସ୍ମିତାଙ୍କର ଜୀବନ ନେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ମଧୁସ୍ମିତାଙ୍କର ମୃତ୍ୟୁ ହୋଇଥିଲା । ଏହା ଜାଣି ପ୍ରେମିକ ଆଶିଷ ସେଠାରୁ କୌଶଳ କ୍ରମେ ମଧୁସ୍ମିତାଙ୍କ ମୋବାଇଲ ନେଇ ଖସି ଯିବା ପାଇଁ ବାହାରୁ ଚାବି ପକାଇ ଅଭିନବ ଉପାୟରେ ଫେରାର ହୋଇଯାଇଥିଲା।
ତେବେ ଶବ ଟି ଘର ଭିତରେ ୧୪ ଦିନ ରହିବା ପରେ ପଚି ର୍ଦୁଗନ୍ଧ କରିବାରୁ କଲୋନୀ ବାସୀ ଜାଣି ପୋଲିସକୁ ଖବର ଦେଇଥିଲେ । ଇତି ମଧ୍ୟରେ ମଧୁସ୍ମିତାଙ୍କ ସ୍ୱାମୀ ମହେଶ୍ୱର ମଧ୍ୟ ଦୀର୍ଘ ୧୪ ଦିନ ଧରି ମୋବାଇଲକୁ କଲ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା । ତେଣୁ ସେ ବାଧ୍ୟ ହୋଇ ମୁମ୍ବାଇରୁ ଆସି ଚାବି ଘର ବାହାରେ ପଡ଼ିଥିବା ଏବଂ ପଚା ଗନ୍ଧ ବାହାରୁଥିବା ଜାଣି ଭଦ୍ରକ ଟାଉନ ପୋଲିସ ଠାରେ ଅଭିଯୋଗ କରିଥିଲେ ।
ସେହିପରି ଭାବେ ପୋଲିସ ଅଭିଯୋଗ ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ କବାଟ ଚାବି ଭାଙ୍ଗି ଘର ଭିତରୁ ମଧୁସ୍ମିତାଙ୍କ ମୃତ ଶରୀର କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇବା ସହିତ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ନେଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କଲାପରେ ପୋଲିସ ମଧୁସ୍ମିତାଙ୍କ ମୋବାଇଲର କଲ ଡିଟେଲସ ବାହାର କରି ଫେରାର ହୋଇଥିବା ହତ୍ୟାକାରୀଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା ।
ଏହାପରେ ହତ୍ୟାକାରୀ ଆଶିଷ ବିଭିନ୍ନ ସ୍ଥାନରେ ଲୁଚି ବୁଲୁ ଥିବା ବେଳେ ତାଙ୍କ ମୋବାଇଲକୁ ପୋଲିସ ଟ୍ରାକ କରି ଚରମ୍ପା ଅଞ୍ଚଳରୁ ତାକୁ ଗିରଫ କରି ହତ୍ୟାର ସମସ୍ତ କାହାଣୀ ତାଙ୍କ ଠାରୁ ପଚାରି ବୁଝିଥିଲା । ପରେ ଆଶିଷକୁ ଗିରଫ କରି ଭଦ୍ରକ ଟାଉନ ପୋଲିସ କୋର୍ଟ ଚାଲାଣ କରିଛି ।
ତେବେ ଜଣେ ଅଜଣା ଯୁବକ ପ୍ରଥମେ ବିବାହିତା ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ଓ ତାଙ୍କ ସହିତ ଅନୈତିକ ସମ୍ପର୍କ ରଖି ଶେଷରେ ତାଙ୍କୁ ହତ୍ୟା କରିଥିବାରୁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ଏହିଭଳି ଜଘନ୍ୟ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ସମସ୍ତେ ଦାବି କରିଛନ୍ତି । ତେବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା କହିଛି ।