Below header

ଖସିଗଲେ ଭଉଣୀ, ଫଶିଗଲେ ଭାଇ: ଭଦ୍ରକ ପୋଲିସ ପଞ୍ଝାରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର, ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରୁ ଗିରଫ

ଭଦ୍ରକ (କେନ୍ୟୁଜ): ଖସିଗଲେ ଭଉଣୀ, ଫଶିଗଲେ ଭାଇ । ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମାଷ୍ଟରମାଇଣ୍ଡ ୱେବ ପୋର୍ଟାଲ୍‌ ମାଲିକାଣୀ ଶର୍ମିଷ୍ଠା ରାଉତ କେଉଁଠି ଲୁଚିଛନ୍ତି ? ସହଯୋଗୀଙ୍କ ସହ କୁଆଡ଼େ ଉଭାନ ହୋଇଗଲେ ? ଶର୍ମିଷ୍ଠା ଓ ସହଯୋଗୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛନ୍ତି ଭଦ୍ରକ ପୋଲିସର ୪ଟି ଟିମ୍‌ । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଭଦ୍ରକ ଏସପି କହିଛନ୍ତି ।

ସେପଟେ ଭଦ୍ରକ ପୋଲିସ ପଞ୍ଝାରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତ। ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରୁ ତାକୁ ଗିରଫ କରିଛି ପୋଲିସ। ଭଉଣୀ ଶର୍ମିଷ୍ଠାକୁ ପରମେଶ୍ୱର ଖସେଇ ଦେଇଥିବା ଅଭିଯୋଗ ହୋଇଛି। ଏପଟେ ବଢିଲା ନିରଞ୍ଜନଙ୍କ ଅଡୁଆ। ଅପହରଣ ଓ ହତ୍ୟାର ଷଡ଼ଯନ୍ତ୍ରକାରୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଟେକ୍ନିକାଲ୍‌ ଡାଇରେକ୍ଟର ନିରଞ୍ଜନ ସେଠୀ ଗିରଫ ହେବା ପରେ ତଦନ୍ତକୁ ଜୋରଦାର କରିଛି ପୋଲିସ ।

ମାନସଙ୍କୁ ଅପହରଣ ଓ ହତ୍ୟା ପୂର୍ବରୁ ଓ ପରେ ଶର୍ମିଷ୍ଠା ଓ ନିରଞ୍ଜନ ନିୟମିତ କଥା ହେଉଥିଲେ । ଦିନକୁ ୨୦ରୁ ଅଧିକ ଥର ଫୋନ୍‌ କରୁଥିଲେ। ଦୟାଲ ଆଶ୍ରମ କେୟାରଟେକରଙ୍କ ବୟାନ ପୁଣି ରେକର୍ଡ କରାଯିବ। ତଦନ୍ତ ବେଳେ ତଥ୍ୟ ଲୁଚାଇଥିବା ପୋଲିସ ସନ୍ଦେହ କରୁଛି। କେୟାରଟେକରଙ୍କ ମୋବାଇଲ୍‌ ମଧ୍ୟ ଯାଞ୍ଚ କରାଯିବ। ଖୁବ୍‌ଶୀଘ୍ର ପଚରାଉଚରା କରିବ ଚାନ୍ଦବାଲି ପୋଲିସ। ଚିପ୍‌ରେ ଗୋପନ ତଥ୍ୟ ଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.