କବାଡ଼ିଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜିଅଁନ୍ତା ଜଳିଗଲେ ୧୧ ଶ୍ରମିକ

ହାଇଦ୍ରାବାଦ: ହାଇଦ୍ରାବାଦରେ ବଡ଼ ଅଘଟଣ। ସ୍ଥାନୀୟ ବୋୟାଗୁଡ଼ା ଅଞ୍ଚର ଏକ କବାଡ଼ିଖାନାରେ ନିଆଁ ଲାଗି ୧୧ ଜଣ ଶ୍ରମିକ ଜିଅଁନ୍ତା ଜଳିଯାଇଛନ୍ତି। ସମସ୍ତ ମୃତକ ବିହାରର ବାସିନ୍ଦା। ସେମାନେ ଏଠାକୁ କାମ କରିବାକୁ ଆସିଥିଲେ ବୋଲି ଜଣାଯାଇଛି। ତେବେ ନିଆଁ ଲାଗିବାର କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ହାଇଦ୍ରାବାଦ ଡିସିପି ସେଣ୍ଟ୍ରାଲ ଜୋନ୍‌ କହିଛନ୍ତି, ସମସ୍ତ ୧୧ ମୃତ ଦେହକୁ ବାହାରକୁ ବାହାର କରାଯାଇଛି। ଶବକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି। ପୋଷ୍ଟମର୍ଟମ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏବେ ନିଆଁକୁ ଆୟତ୍ତ କରାଯାଇଥିବାରୁ ଆଖପାଖରେ କୌଣସି କ୍ଷତି ହୋଇନାହିଁ ବୋଲି ଡିସିପି କହିଛନ୍ତି।

Also Read: ଭାରତରେ ‘ନୋଭାଭାକ୍ସ’କୁ ମିଳିଲା ମଞ୍ଜୁରୀ, ୧୨-୧୮ ବର୍ଷର ପିଲାଙ୍କୁ ଦିଆଯିବ ଏହି ଟିକା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.