କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ସାମନ୍ତଙ୍କ ସହାୟତାରେ ସୁସ୍ଥ ହୋଇ ଫେରିଲେ ପିଙ୍କି, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଥିଲେ

କଟକ(କେନ୍ୟୁଜ): ସୁସ୍ଥ ହୋଇ ଘରକୁ ଫେରିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗାଁର ପିଙ୍କି ମଲ୍ଲିକ। ପାଖାପାଖି ମାସକ ତଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ। କନ୍ଧମାଳ ସାଂସଦ ତଥା କିଟ୍‌ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହାୟତାର ସେ ସୁସ୍ଥ ହୋଇ ନୂଆ ଜୀବନ ପାଇଛନ୍ତି। ପିଙ୍କି ସୁସ୍ଥ ହେବା ପରେ ତାଙ୍କ ସହ ଭିଡ଼ିଓ କଲ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ କନ୍ଧମାଳ ସାଂସଦ ଡ. ସାମନ୍ତ । ଏହାସହ ଆଗକୁ ଉଚ୍ଚଶିକ୍ଷା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କିସ୍‌ ଅନୁଷ୍ଠାନର ସହଯୋଗରେ ପିଙ୍କିଙ୍କୁ କଟକ ଏସସିବି ମେଡିକାଲରେ ଆଡମିଶନ କରାଯାଇ ଡ. ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ସଂଘମିତ୍ରା ରାଏଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କର ଚିକିତ୍ସାକୁ ତ୍ୱରାନ୍ଵିତ କରାଯାଇଥିଲା । ପ୍ଲାଷ୍ଟିକ ସର୍ଜରୀ ଏବଂ ସ୍କିନ୍‌ ଗ୍ରାଫ୍‌ଟିଙ୍ଗ ପରେ ସେ ଏବେ ନୂତନ ଜୀବନ ପାଇଛନ୍ତି । ଏବେ ସୁସ୍ଥ ହେବା ପରେ ପିଙ୍କିଙ୍କୁ ଡିସଚାର୍ଜ କରାଯାଇଛି।

ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପିଙ୍କି । ପିଙ୍କି ଡିସଚାର୍ଜ ହେବା ପରେ ତାଙ୍କ ସହ ଭିଡ଼ିଓ କଲ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ କିଟ୍‌ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଏଥିସହ ପିଙ୍କିଙ୍କ ଉଚ୍ଚଶିକ୍ଷା ପାଇଁ ସମସ୍ତ ପ୍ରକାର ସହାୟତା ମଧ୍ୟ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୁସ୍ଥ ହେବା ପରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଅଶେଷ ଧନ୍ୟବାଦ ଦେବା ସହ ଗଭୀର କୃତଜ୍ଞତା ଜଣାଇଛନ୍ତି ପିଙ୍କିଙ୍କ ପରିବାର ।

ହସପିଟାଲରେ ଭର୍ତ୍ତି ହେବା ଠାରୁ ଡିସଚାର୍ଜ ହେବା ପର୍ଯ୍ୟନ୍ତ ଏବଂ ରହିବା ଓ ଖାଇବା ବାବଦ ସମସ୍ତ ଖର୍ଚ୍ଚ ବହନ କରିଥିଲା କିସ୍‌ ଫାଉଣ୍ଡେସନ । ଏବେ ପିଙ୍କିଙ୍କ ଚିକିତ୍ସା ପରବର୍ତ୍ତୀ ସ୍ୱାସ୍ଥ୍ୟର ଯତ୍ନ ନିମନ୍ତେ କିସ୍‌ ଫାଉଣ୍ଡେସନ ତରଫରୁ ତାଙ୍କ ପରିବାରକୁ ନଗଦ ରାଶି ମଧ୍ୟ ପ୍ରଦାନ କରାଯାଇଛି । କନ୍ଧମାଳ ସାଂସଦ ଡ. ସାମନ୍ତ ଓ କିସ ଅନୁଷ୍ଠାନର ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.