Below header

କଳାହାଣ୍ଡି ରଙ୍ଗାପାଲି ପରମାନନ୍ଦ ହାଇସ୍କୁଲ କେନ୍ଦ୍ରରୁ ଗଣିତ ପ୍ରଶ୍ନପତ୍ର ଭାଇରାଲ ! ୩ ନିଲମ୍ବିତ

କଳାହାଣ୍ଡି(କେନ୍ୟୁଜ୍) : ପୁଣି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ । କଳାହାଣ୍ଡି ଜିଲ୍ଲା ରଙ୍ଗାପାଲିର ପରମାନନ୍ଦ ହାଇସ୍କୁଲ କେନ୍ଦ୍ରରୁ ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି। ପରୀକ୍ଷା ନିୟନ୍ତ୍ରକ,ସୁପରିଣ୍ଟେଣ୍ଡେଣ୍ଟ,ରିଲିଭରଙ୍କୁ ନିଲମ୍ବନ କରାଯାଇଥିବା ବୋର୍ଡ ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି । ସେମାନଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଆଜି ଗଣିତ ପରୀକ୍ଷା ଚାଲିଥିବା ବେଳେ ସେଟ୍‌-ଡି ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ବଲାଙ୍ଗିର ଓ କଳାହାଣ୍ଡିରେ ମୋବାଇଲ ଫୋନରେ ଏହା ଘୂରି ବୁଲିଥିଲା । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ବାରଣ କରାଯାଇଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ କିପରି ହେଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.