Below header

ଏହି ଖେଳାଳିଙ୍କ ବୟୋପିକରେ ନଜର ଆସିବେ ଅଜୟ ଦେବଗନ୍

ମୁମ୍ବାଇ : ଗତ ବର୍ଷ ରିଲିଜ୍ ହୋଇଥିବା ‘ବଧାଇ ହୋ’ ଫିଲ୍ମର ଖୁବ ପ୍ରଶଂସା କରିଛନ୍ତି ଦର୍ଶକମାନେ । ଏହି ଫିଲ୍ମରେ ପ୍ରମାଣିତ ହୋଇଥିଲା କି କମ୍‌ ବଜେଟ୍‌ରେ ନିର୍ମିତ ଭଲ କାହାଣୀର ଫିଲ୍ମ ମଧ୍ୟ ସୁପରହିଟ୍‌ ହୋଇପାରିବ । ଏହି ଫିଲ୍ମର ନିର୍ଦ୍ଦେଶକ ଅମିତ ଶର୍ମା ଏବେ ତାଙ୍କର ଆଗାମୀ ଫିଲ୍ମର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ସୂଚନା ଅନୁଯାୟୀ, ଆଗକୁ ସେ ଏକ ସ୍ପୋର୍ଟସ୍‌ ବାୟୋପିକ୍ କରିବାକୁ ଯାଉଛନ୍ତି । ଏଥିରେ ଅଭିନେତା ଅଜୟ ଦେବଗନ ନଜର ଆସିବେ ବୋଲି ଖବର ରହିଛି ।

AJAY

ABDUL RAHIM-1
ସୟଦ ଅବଦୁଲ ରେହେମାନ

୧୯୫୧ରୁ ୧୯୬୨ ମସିହା ଥିଲା ଭାରତୀୟ ଫୁଟବଲର ସ୍ବର୍ଣ୍ଣିମ ଯୁଗ । ଏହାରି ଉପରେ ଏକ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି । ଯେଉଁଥିରେ ଅଭିନୟ କରିବେ ସୁପରଷ୍ଟାର ଅଜୟ ଦେବଗନ୍ । ଅଜୟ ସେହି ସମୟରେ ଭାରତୀୟ ଫୁଟବଲ ଟିମ୍‌ର କୋଚ୍‌ ଏବଂ ମ୍ୟାନେଜର ସୟଦ ଅବଦୁଲ ରେହେମାନଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ଜଣାପଡ଼ିଛି ।
ଫିଲ୍ମର ସୁଟିଂ ଆସନ୍ତା ଜୁନ୍‌ ମାସରୁ ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନ ଦର୍ଶକ ଏପରି ଫିଲ୍ମ ଦେଖିବାକୁ ଖୁବ ପସନ୍ଦ କରୁଥିବା ବେଳେ ଏହା ଖୁବ ଭଲ ବ୍ୟବସାୟ ମଧ୍ୟ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.