“ମୁଁ ମରିବାର କାରଣ ତୁ”, ଲେଖି ଯୁବକ ନିଜକୁ ଲଗାଇଲେ ଫାଶୀ

ପୋରବନ୍ଦର : ରାଣାବାବର ଆଦିତ୍ୟାଣା ଗ୍ରାମରେ ଜଣେ ୨୭ବର୍ଷର ଯୁବକ ଗଳାରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ନିଜ ଆତ୍ମହତ୍ୟାର କାରଣ ପ୍ରେମରେ ବିଫଳତା ବୋଲି ସୁସାଇଡ ନୋଟରେ ଲେଖିଛନ୍ତି। ଯୁବକ ଜଣଙ୍କ ସୁସାଇଡ ନୋଟରେ ପ୍ରେମୀକାର ନାମ ଲେଖିଥିବା ବେଳେ ମୁଁ ମରିବାର କାରଣ କେବଳ ତୁ, ମତେ ପ୍ରେମ କରି ବିଶ୍ବାସଘାତକ କରିଛୁ ବୋଲି ଲେଖିଛନ୍ତି।
ପୋଲିସ ରିପୋର୍ଟ ମୁତାବକ, ମ୍ରୁତକ ଯୁବକ ଜଣକଙ୍କ ନାମ ବିପୁଲ ମାରୁ। ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପ୍ରେମୀକାର ନାମ କାଗଜରେ ଲେଖି ତାହାକୁ ଦୋଷୀ କହିଛନ୍ତି। ତେବେ ଯୁବକଙ୍କ ଏହି ପ୍ରେମ ସଂପର୍କ ବିଷୟରେ ପରିବାର ଲୋକଙ୍କୁ କିଛି ଜଣା ନଥିଲା।
ସୁଇସାଇଡ ନୋଟରୁ ଜଣାପଡିଛି, ଯୁବକ ଯେଉଁ ଯୁବତୀଙ୍କୁ ପ୍ରେମ କରୁଥିଲେ ସେ ବୟସରେ ତାଙ୍କଠୁ ସାନ ଥିଲେ। ଉଦ୍ଭୟଙ୍କ ରାସ୍ତାରେ ଦେଖା ହୋଇ ସେଠାରୁ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। କିନ୍ତୁ ଯୁବତୀ ଜଣଙ୍କର ଆଉ ଜଣଙ୍କ ସହ ପ୍ରେମ ସଂପର୍କ ରହିଥିଲା।ଏପରିକି ଯୁବତୀ ଜଣଙ୍କ ବିପୁଲଙ୍କ ବିଷ ଦେଇ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏହି ଘଟଣାରେ ହାର ମାନି ଶେଷକୁ ବିପୁଲ ଏପରି ନିର୍ଣ୍ଣୟ ନେଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏନେଇ ଅଭିଯୁକ୍ତ ଯୁବତୀକୁ ପଚରାଉଚରା କରୁଛି।