Below header

TikTok ବ୍ୟାନ୍ କଲା ୧୩ ବର୍ଷରୁ କମ ବୟସ ୟୁଜର୍ସ !

ନୂଆଦିଲ୍ଲୀ : ଭିଡିଓ ମେକିଙ୍ଗ ଆପ୍ TikTok କମ ବୟସ ଥିବା ଗ୍ରାହକଙ୍କ ଉପରେ ଏବେ ରୋକ ଲଗାଇଛି। ଆଜ୍ଞା ହଁ, ଏବେ ଆପର ନୂତନ ନିୟମ ଅନୁଯାୟୀ, ୧୩ବର୍ଷରୁ କମ ବୟସର ଗ୍ରାହକ ଆଉ TikTok ର ବ୍ୟବହାର କରିପାରିବେ ନାହିଁ। ଏ ବିଷୟରେ ନିର୍ମାତା କମ୍ପାନି ByteDance ସୂଚନା ଦେବାକୁ ଯାଇ କହିଛନ୍ତି, ଅନେକ ଗ୍ରାହକଙ୍କ ବୟସ ୧୩ ବର୍ଷରୁ କମ୍ ରହିଥିଲେ ମଧ୍ୟ ସେମାନେ TikTok ଆପର ବ୍ୟବହାର କରୁଛନ୍ତି। ଗ୍ରାହକ ନିଜର ଜନ୍ମ ତାରିଖ ଭୁଲ ଲେଖି ଆପରେ ଆକାଉଣ୍ଟ ଖୋଲୁଛନ୍ତି। ଏଣୁ ଏନେଇ ଏବେ ଗ୍ରାହକଙ୍କୁ ଆକାଉଣ୍ଟ ଖୋଲିବା ସମୟରେ ସରକାରୀ ଆଇଡିର ଏକ କପିକୁ ଦେବାକୁ ପଡିବ।

tiktok

କିପରି ପରିବେ ଆଇଡି ସବମିଟ୍ 

TikTok ଆପକୁ ଖୋଲନ୍ତୁ >ପ୍ରୋଫାଇଲକୁ ଯାଆନ୍ତୁ>ପ୍ରାଇଭେସି ଏଣ୍ଡ ସେଟିଂ>ରିପୋର୍ଟ ଏ ପ୍ରୋବେଲେମ୍> ଆକାଉଣ୍ଟ ଇସୁ >ଇମେଲ ଏଡ କରନ୍ତୁ।

ତେବେ ଏହି ସମ୍ବନ୍ଧୀୟ କୌଣସି ଅସୁବିଧା ହେଲେ ଆପଣ TikTok ଆପକୁ ଏହା ବିଷୟରେ ସୂଚନା ଦେଇପାରିବେ। ଯାହା ଦ୍ବାରା TikTok କମ୍ପାନି ଆପଣଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବ।


କିଛି ଦିନ ପୂର୍ବେ ଫେଡରଲ ଟ୍ରେଡ କମିଶନ TikTok ଉପରେ ଆରୋପ ଲଗାଇଥିଲେ କି ତାଙ୍କ ଆପ ଚିଲଡ୍ରେନ୍ ଅନଲାଇନ୍ ପ୍ରାଇଭେସି ଆକ୍ଟକୁ ଉଲଂଘନ କରୁଛି। ଏଥିସହ କମ୍ପାନି ଉପରେ ୫.୭ ମିଲିୟନର ଅର୍ଥଦଣ୍ଡ ଲଗା ଯାଇଥିଲା। ଏଣୁ ଏବେ TikTok ଆପ ଗ୍ରାହକଙ୍କ ଆଇଡିକୁ ପରଖିବା ପରେ ତାଙ୍କୁ ଆକାଉଣ୍ଟ ଖୋଲିବାର ଅନୁମତି ଦେବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.