‘ଜହ୍ଲାଦ’ ହେବାର ଯୋଶ୍, ୨ଟି ପଦ ପାଇଁ ୧୦୦ ପ୍ରାର୍ଥୀ

କୋଲମ୍ବୋ: ଶ୍ରୀଲଙ୍କାରେ ନିକଟରେ ଏକ ଆଶ୍ଚର୍ୟ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଲୋକଙ୍କ ମଧ୍ୟରେ ଜହ୍ଳାଦ ହେବାକୁ ନେଇ ବେଶ ଚାହିଦା ରହିଛି। ଏପରିକି ମାତ୍ର ୨ଟି ପଦ ପାଇଁ ଏଠାରେ ୧୦୦ରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ। ଏହି ପ୍ରାର୍ଥୀଙ୍କ ମଧ୍ୟରେ ଆମେରିକୀ ନାଗରିକ ମଧ୍ୟ ସାମିଲ ରହିଛନ୍ତି।
ସୂଚନା ଅନୁଯାୟୀ, ଶ୍ରୀଲଙ୍କା ସରକାର ନିଶଦ୍ୟବ୍ରରେ ସାମିଲ ରହିଥିବା ଦୋଷୀଙ୍କୁ ଶୀଘ୍ରରୁ ଅତିଶୀଘ୍ର ଦଣ୍ଡ ଦେବାକୁ ଚାହୁଁଛୁ। ଏନେଇ ଫେବ୍ରୁଆରୀରେ ରାଷ୍ଟ୍ରପତି ମେତ୍ରୀପାଳ ସିରିସେନା ଘୋଷଣା କରିଥିଲେ କି ସେ ଆଗାମୀ ଦୁଇ ମାସ ମଧ୍ୟରେ ସମସ୍ତ ଦୋଷୀଙ୍କୁ ଫାଶୀରେ ଝୁଲୁଥିବା ଦେଖିବାକୁ ଚାହୁଁଛନ୍ତି।
ଶ୍ରୀଲଙ୍କାରେ ୨୦୦୪ ମସିହାରୁ ଦୁଷ୍କର୍ମ , ନିଶା ଦ୍ରବ୍ୟ ବ୍ୟାପାରୀ , ହତ୍ୟା ଆଦିକୁ ବଡ଼ ଅପରାଧ ଭାବେ ବିବେଚିତ କରାଯାଉଛି। କିନ୍ତୁ ଏହାର ଦଣ୍ଡ କେବଳ ଆଜୀବନ କାରଦଣ୍ଡ ପର୍ୟ୍ୟନ୍ତ ହିଁ ସୀମିତ ରହିଛି। ଏପରିକି ଏହି ଦେଶରେ ଫାଶୀ ଦେବା ଆଇନଗତ ଭାବେ ବୈଧ କରାଯାଇଥିବା ବେଳେ ୧୯୭୬ରୁ ବର୍ତ୍ତମାନ ପର୍ୟ୍ୟନ୍ତ ଏଠାରେ କାହାକୁ ଫାଶୀ ଦିଆଯାଇନାହିଁ।
ନିଶ୍ଚିତ ପଢ଼ନ୍ତୁ: ନିଜ ଯବାନକୁ ବି ଚିହ୍ନି ପାରିଲେନି ପାକିସ୍ତାନୀ , ଭାରତୀୟ ଭାବି ପିଟିପିଟି ମାରିଦେଲେ
ଶ୍ରୀଲଙ୍କା ନ୍ୟାୟ ମନ୍ତ୍ରାଳୟ ନିଶା କାରବାରରେ ନିୟୋଜିତ ଥିବା ୪୮ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଏଥିମଧ୍ୟରୁ ୩୦ଜଣ କ୍ଷମା ପାଇଁ ଆବେଦନ କରିଥିବା ବେଳେ ୧୮ ଜଣଙ୍କୁ ତୁରନ୍ତ ଫାଶୀ ଦିଆଯିବ ବୋଲି ଜଣାପଡ଼ିଛି। ପୂର୍ବ ଜହ୍ଳାଦ ଜଣଙ୍କ ୨୦୧୪ରେ ଇସ୍ତଫା ଦେଇଥିବା ବେଳେ ଗତବର୍ଷ ରଖାଯାଇଥିବା ଜହ୍ଳାଦ ଆଜି ଯାଏଁ କେବେ ଚାକିରୀକୁ ଆସି ନାହାନ୍ତି। ଦେଖିବାକୁ ଗଲେ ଏଠାରେ ୫ ବର୍ଷ ହେଲା କୌଣସି ସ୍ଥାୟୀ ଜଲାଦ ନାହାନ୍ତି।