Below header

ଜାପାନରେ ପୁଣି ଭୂମିକମ୍ପ, ଏଥର ୬.୦

ଟୋକିଓ : ଜାପାନରେ ଭୂମିକମ୍ପ । ଆଜି ଜାପାନର ଉତ୍ତର ଭାଗ ହୋକାଇଦୋ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୦ । ଭୋର ୩.୨୨ ମିନିଟ୍‌ରେ ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଏହାର କେନ୍ଦ୍ରସ୍ଥଳ ଥିଲା ଭୂମିର ପ୍ରାୟ ୧୦ କିଲୋମିଟର ଗଭୀରରେ । ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳି ନାହିଁ । ସମ୍ପତ୍ତି କ୍ଷୟକ୍ଷତିର ସୂଚନା ମଧ୍ୟ ଜଣାପଡ଼ି ନାହିଁ । ସପ୍ତାହକ ମଧ୍ୟରେ ଏଠାରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ । ଗତ ୨୨ ତାରିଖ ଦିନ ଏହି ଦ୍ୱୀପରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.