Below header

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ , ଚଳିତ ବର୍ଷ ପାସ୍ ହାର ୯୬.୪୦ %

ବାହାରିଲା ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୬.୪ % ପାସ ହାର ରହିଛି । ଛାତ୍ରଙ୍କ ଠାରୁ ଆଗରେ ଅଛନ୍ତି ଛାତ୍ରୀ ।

କଟକ (କେନ୍ୟୁଜ): ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାଫଳ । ରେଗୁଲାର୍‌ ପାସ୍‌ ହାର ୯୬.୪୦ ପ୍ରତିଶତ ରହିଛି । ଏଥର ପାସ୍ ହାରରେ କଟକ-ଜଗତସିଂହପୁରରେ ସର୍ବାଧିକ ୯୭.୯୯ ପ୍ରତିଶତ ରହିଥିବାବେଳେ ମାଲକାନଗିରିରେ ସର୍ବନିମ୍ନ ୯୨.୬୮ ପ୍ରତିଶତ ପାସ୍ ହାର ରହିଛି । ଚଳିତ ବର୍ଷର ପାସହାର ୯୬.୪୦ % ରହିଛି । ମୋଟ ୫ଲକ୍ଷ ୧୬ହଜାର ୪୨୬ ପିଲା ପାସ୍ କରିଛନ୍ତି । ୩,୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ ହୋଇଛି । କୌଣସି ସ୍କୁଲରେ ଶୂନ୍‌ ରେଜଲ୍ଟ ହୋଇନି । ଚଳିତବର୍ଷ ମୋଟ୍‌ ୨ଲକ୍ଷ ୫୧ହଜାର ୨୯୮ ଛାତ୍ର ଓ ୨ଲକ୍ଷ ୫୭ହଜାର ୧୦୬ ଛାତ୍ରୀ ପାସ କରିଛନ୍ତି । ୪ହଜାର ୧୫୮ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍‌ରେ ପାସ୍‌ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୭.୦୫% ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୭୫% ରହିଛି । ଏନେଇ ବିଧିବଦ୍ଧ ଭାବେ ପୁସ୍ତିକା ଉନ୍ମୋଚନ କରି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

A2ରେ ୨୯ହଜାର ୮୫୫, B1ରେ ୭୭ହଜାର ୭୬୨, B2 ରେ ପାସ୍‌ କରିଛନ୍ତି ୧ଲକ୍ଷ ୧୮ହଜାର ୭୫୦ଜଣ ଛାତ୍ରଛାତ୍ରୀ । ବୋର୍ଡ େଓ୍ଵବସାଇଟ www.bseodisha.ac.inରେ ଲଗ୍‌ଇନ୍‌ କରି ଫଳାଫଳ ଜାଣି ପାରୁଛନ୍ତି ଛାତ୍ରଛାତ୍ରୀ । ଇଣ୍ଟରନେଟ୍‌ ସୁବିଧା ନଥିଲେ ଏସଏମଏସ୍‌ ଜରିଆରେ ବି ରେଜଲ୍ଟ ଜାଣିପାରିବେ । ପରୀକ୍ଷାର୍ଥୀ ମୋବାଇଲରେ OR10<ROLL NO> ଟାଇପ୍‌ କରି ୫୬୭୬୭୫୦କୁ ପଠାଇ ପରୀକ୍ଷାଫଳ ଜାଣିପାରିବେ । ୨୩ରୁ ରିଚେକିଂ ପାଇଁ ଛାତ୍ରଛାତ୍ରୀମାନା ଆବେଦନ କରିପାରିବେ। ସେହିପରି ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା। ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇନଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.