Below header

ମୟୁରଭଞ୍ଜ: ଛଦ୍ମବେଶୀ ବନ କର୍ମଚାରୀଙ୍କୁ ଚିହ୍ନିପାରିଲେନି ମାଫିଆ, ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ

ମୟୁରଭଞ୍ଜ(କେନ୍ୟୁଜ୍):  ଦୁଇ ଗୋଟି ବଡ ବଡ ହାତୀଦାନ୍ତ ବିକ୍ରୀ ନିମନ୍ତେ ଡିଲ୍ ଚାଲିଥିବା ବେଳେ ଚଢାଉ କରି ଗିରଫ କରିଛି ବନବିଭାଗ । ୮ ପିସ୍ ହାତୀ ଦାନ୍ତ ହେଲା ଜବତ । ଏଭଳି ଘଟଣା ଘଟିଛି ଉଦଳା ରେଞ୍ଜ ଅଧିନ ଅଙ୍ଗାରପଦା ଅଂଚଳରେ ।
ମିଳିଥିବା ସୂଚନା ମୁତାବକ ନିଜେ ଗ୍ରାହକ ସାଜି ହାତୀଦାନ୍ତ କିଣିବାକୁ ଯାଇଥିଲା ବନବିଭାଗ । ୮ ପିସ୍ ହାତୀ ଦାନ୍ତ ୧୮ ଲକ୍ଷ ଟଙ୍କାରେ କିଣିବା ନିମନ୍ତେ ହାତୀଦାନ୍ତ ମାଫିଆ ସହିତ କଥା ହୋଇଥିଲା ବନବିଭାଗ କର୍ମଚାରୀଙ୍କର । ଯାହାକି ପୂର୍ବ ଯୋଜନା ମୁତାବକ ଆଜି ହାତୀଦାନ୍ତ କିଣିବା ନିମନ୍ତେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଦାନ୍ତ ଜବତ କରିବା ସହିତ ଦୁଇ ଜଣ ମାଫିଆଙ୍କୁ ଗିରଫ କରିଛି । ଉଦଳା ରେଞ୍ଜ ଅଧିନ ଅଙ୍ଗାରପଦା ଗ୍ରାମରେ ଗ୍ରାହକ ସାଜି ଦୁଇ ଜଣ ହାତୀଦାନ୍ତ ବେପାରୀଙ୍କ ସହିତ ଡିଲ୍ କରୁଥିଲା ବନବିଭାଗ ।elephant teeth

୮ ଗୋଟି ହାତୀ ଦାନ୍ତକୁ ୧୮ ଲକ୍ଷ ଟଙ୍କାରେ କିଣିବା ନିମନ୍ତେ ବନବିଭାଗ କର୍ମଚାରୀ ପହଞ୍ଚିଥିବା ବେଳେ ବେପାରୀ ତାଙ୍କୁ ହାତୀ ଦାନ୍ତ ଦେଖାଇଥିଲା । ଏହି ସମୟରେ ସେଠାରେ ପୂର୍ବରୁ ଛପି ରହିଥିବା ବନବିଭାଗ କର୍ମଚାରୀମାନେ ମାଡି ବସିଥିଲେ ଦୁଇ ମାଫିଆଙ୍କୁ । ଏବଂ ସେମାନଙ୍କ ନିକଟରୁ ୮ ପିସ୍ ହାତୀଦାନ୍ତ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜବତ ହାତୀଦାନ୍ତର ଓଜନ ୪୫ କିଲୋ ହେବ ବୋଲି ଅନୁମାନ କରାଯାଉଛି । ତେବେ ୮ ପିସ୍ ହାତୀଦାନ୍ତ ଗୋଟିଏ ହାତୀର ଦୁଇ ଗୋଟି ଦାନ୍ତ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏକ ବୟସ୍କ ଦନ୍ତାହାତୀର ଦାନ୍ତ ଥିବା ନେଇ କହିଛି ବନବିଭାଗ ।

elephant teeth 2

ତେବେ ଗତ କିଛି ଦିନ ତଳେ କପ୍ତିପଦା ରେଞ୍ଜରେ ଦୁଇ ଗୋଟି ଦନ୍ତାହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦନ୍ତାହାତୀର ଦାନ୍ତ ଲୁଟି ନେଇଥିଲେ ଶିକାରୀ । ଯାହାକି ଏହି ହାତୀଦାନ୍ତ ଜବତ ହେବା ପରେ ଶିମିଳିପାଳରେ ହାତୀ ଶିକାର ବଢିବାରେ ଲାଗିଥିବା ସ୍ପଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.