ଆଜି କିସ୍ ଓ କିଟ୍ ପରିଦର୍ଶନ କରିବେ ଏମ୍ଡିଏଚ୍ କମ୍ପାନୀର ଅଧ୍ୟକ୍ଷ ପଦ୍ମଭୂଷଣ ଧର୍ମପାଲ ଗୁଲାଟି
![mdh owner](https://knewsodisha.com/wp-content/uploads/2019/09/mdh-owner.jpg)
ଭୁବନେଶ୍ବର(କେନ୍ୟୁଜ୍): ଭାରତ ପ୍ରସିଦ୍ଧ ମସଲା ଉତ୍ପାଦକ ଏମ୍ଡିଏଚ୍ କମ୍ପାନୀର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମପାଲ ଗୁଲାଟି ଆଜି କିସ୍ ଓ କିଟ୍ ପରିଦର୍ଶନରେ ଆସୁଛନ୍ତି । ଏହି ଅବସରରେ ସେ କିଟ ଓ କିସ୍ର କ୍ୟାମ୍ପସ ଓ ୟୁନିଟ୍ ବୁଲି ଦେଖିବେ । ଗତ ଅଗଷ୍ଟ ମାସରେ କିଟ୍ ଓ କିସ୍ ପ୍ରତିିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଗୁଲାଟିଙ୍କୁ ନୂଆ ଦିଲ୍ଲୀସ୍ଥିତ ତାଙ୍କ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରି କିଟ୍ ଓ କିସ୍ ପରିଦର୍ଶନ ନିମନ୍ତେ ଅନୁରୋଧ କରିଥିଲେ । ସେ କିସ୍ ଓ କିଟ୍ ବିଷୟରେ ଜାଣି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ଡକ୍ଟର ସାମନ୍ତଙ୍କ ଅନୁରୋଧ ରକ୍ଷା କରି ୯୭ ବର୍ଷ ବୟସ୍କ ଗୁଲାଟି ଆଜି ଭୁବନେଶ୍ୱରରେ ପହଞ୍ଚୁଛନ୍ତି । କନ୍ଧମାଳରେ ଏମ୍ଡିଏଚ୍ ପକ୍ଷରୁ ମସଲା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନା ନେଇ ଶ୍ରୀ ଗୁଲାଟିଙ୍କୁ ସେତେବେଳେ ଦେଇଥିବା ପ୍ରସ୍ତାବରେ ଗୁଲାଟି କନ୍ଧମାଳରେ ମସଲା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା ନେଇ ପ୍ରତିଶ୍ରୁତି ଦେଇଥିଲେ । ଆଜି ଏ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ।