ଥକ୍କି ଗଲେଣି ଆୟୁଷ୍ମାନ, ନେବେ ଲମ୍ବା ଛୁଟି

ଲଗାତାର ଭାବେ ଦର୍ଶକଙ୍କୁ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଥିବା ସୁପରଷ୍ଟାର ଆୟୁଷ୍ମାନ ଖୁରାନ୍ନା ଥକି ଗଲେଣି। ଆପଣ ଭାବୁଥିବେ କାହିଁକି। ଗୋଟିଏ ପରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିବାରୁ ସେ ନିଜକୁ ତଥା ପରିବାରକୁ ମଧ୍ୟ ସମୟ ଦେଇପାରୁନାହାନ୍ତି। ଏଥିପାଇଁ ଏବେ ଆୟୁଷ୍ମାନ ଶୁଟିଂରୁ କିଛି ଦିନ ବ୍ରେକ୍ ନେଇ ଲମ୍ବା ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ସୁଟିଂ ଶେଷ କରିଛନ୍ତି। ଆନନ୍ଦ ଏଲ ରାୟ ଏବଂ ଭୂଷଣ କୁମାରଙ୍କ ନିର୍ମିତ ଏହି ଫିଲ୍ମର ସୁଟିଂ ବାରଣାସୀରେ ଆରମ୍ଭ ହୋଇସାରିଛି।

ଏହାସହ ପଢ଼ନ୍ତୁ ; ୩୯ ବର୍ଷ ବୟସରେ ଚାଲିଗଲେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର କମେଡି କିଙ୍ଗ ବେଣୁ ମାଧବ

ସ୍ତ୍ରୀ ତାହିରା ଏବେ ଏବେ କ୍ୟାନ୍‌ସର ସହ ଲଢ଼ି ଜିତିଛନ୍ତି। ହେଲେ ଫିଲ୍ମର ଶୁଟିଂରେ ବ୍ୟସ୍ତ ରହୁଥିବା କାରଣରୁ ଆୟୁଷ୍ମାନ ତାଙ୍କୁ ସମୟ ଦେଇ ପାରୁନାହାନ୍ତି। ଏଣୁ ସେ ନଭେମ୍ବରରୁ ୧୫ରୁ ଛୁଟିରେ ରହିବେ। ଏହି ସମୟ ସେ ସ୍ତ୍ରୀ ଏବଂ ଦୁଇ ପୁଅଙ୍କ ସହ ନିଜକୁ ସମୟ ଦେବେ। ନଭେମ୍ବର ୨୨ରେ ଆୟୁଷ୍ମାନ ଅଭିନୀତ ‘ବାଲା’ ପରଦାକୁ ଆସିବ। ଖୁବ୍‌ଶୀଘ୍ର ସେ ଏହାର ପ୍ରମୋଶନ ଶେଷ କରିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.