Below header

କାମାକ୍ଷାନଗର ମେଡିକାଲରେ ଅବ୍ୟବସ୍ଥା, ଅନ୍ଧାରରେ ଟର୍ଚ୍ଚ ଲାଇଟ୍‌ରେ କରାଯାଉଛି ରୋଗୀସେବା

କାମାକ୍ଷାନଗର : କାମାକ୍ଷାନଗର ମେଡିକାଲରେ ଅବ୍ୟବସ୍ଥା । ଲାଇନ୍‌ ନଥିବାରୁ ହନ୍ତସନ୍ତ ହେଉଛନ୍ତି ରୋଗୀ । ଅନ୍ଧାରରେ ଟର୍ଚ୍ଚ ଲାଇଟ୍‌ରେ ରୋଗୀସେବା କରାଯାଉଛି । ଗୁରୁବାର ଦିନ ସାରା ବିଜୁଳି ନଥିବାରୁ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସଂଧ୍ୟା ବେଳେ କାଉଶପାଳ ଚୂଲିଆ ଗାଁର ସୁକେଶ ଦେହୂରୀ ଚିକିତ୍ସା ପାଇଁ ମେଡିକାଲରେ ପହଞ୍ଚିଥିଲେ । ଟର୍ଚ୍ଚ ଆଲୁଅରେ ତାଙ୍କୁ ରକ୍ତ ଦିଆଯାଇଥିଲା। ମେଡିକାଲରେ ୨ଟି ଜେନେରେଟର ଓ ଇନ୍‌ଭର୍ଟର ଥିଲେ ମଧ୍ୟ କାମ କରୁନଥିବାରୁ ଲୋକେ ଅନେକ ଅସୁବିଧା ଭୋଗିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.