ମଧ୍ୟରାତ୍ରୀରେ ଦବଙ୍ଗ ୩ ଟୀମ୍‌ ସହ ଜନ୍ମଦିନ ପାଳନ କଲେ ସଲମାନ୍‌

ବଲିଉଡର ‘ସୁଲ୍‌ତାନ’ ସଲମାନ ଖାନ୍‌ ଆଜି ତାଙ୍କର ୫୪ତମ ଜନ୍ମ ଦିନ ପାଳନ କରୁଛନ୍ତି। ଏହି ଖାସ୍‌ ଦିନକୁ ସଲମାନ ନିଜ ପରିବାର ସଦସ୍ୟଙ୍କ ସହ ସେଲିବ୍ରେଟ କରିବା ସହ ଦବଙ୍ଗ ୩ ଟୀମ ସହ ମଧ୍ୟ କେକ୍‌ କାଟି ସେଲିବ୍ରେଟ କରିଛନ୍ତି। ଗତ ଗତ କାଲି ବିଳମ୍ବିତ ରାତିରେ ଜନ୍ମଦିନ ସେଲିବ୍ରେଟ କରିବାର କିଛି ଫଟୋ ମଧ୍ୟ ଲୋକମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

salmanଏହି ଫଟୋରେ ସଲମାନ ଦବଙ୍ଗ ୩ ଟୀମ୍‌ ସହ କେକ୍‌ କାଟୁଥିବାର ସଫା ସଫା ନଜର ଆସୁଛନ୍ତି। ଏହାପରେ ସେ ସୋଦାକ୍ଷୀଙ୍କୁ କେକ୍‌ ଖୁଆଉଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ନଜର ଆସିଛି। ବଲିଉଡରେ ଅନେକ କଳାକାର ଆସି ଏବଂ ଅନେକ କଳାକାର ମଧ୍ୟ ବିଦାୟ ନେଇଛନ୍ତି କିନ୍ତୁ ଆଜି ମଧ୍ୟ ବଲିଉଡରେ ସଲମାନ ଖାନ୍‌ଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। କେବଳ ଏତିକି ନୁହେଁ ସଲମାନ ବଲିଉଡରେ ନ୍ୟୁକମର୍ସଙ୍କ ପାଇଁ କୌଣସି ଗଡଫାଦରଙ୍କ ଠାରୁ କମ ନୁହଁନ୍ତି।

ସଲମାନ ଖାନ୍‌ଙ୍କୁ ପ୍ରଥମ ବ୍ରେକ ଫିଲ୍ମମେକର କୈଳାଶ ସୁରେନ୍ଦ୍ରନାଥ ଦେଇଥିଲେ। କୈଳାଶ ସଲମାନଙ୍କୁ ଏକ ଟେଲିଭିଜନ ବିଜ୍ଞାପନରୁ ତାଙ୍କୁ ଲଞ୍ଚ କରାଇଥିଲେ। ଏହାପରେ କୈଲାଶ ସଲମାନଙ୍କ ଗୁରୁ ହୋଇଯାଥିଲେ। ଏହି ସମ୍ପର୍କରେ ସଲମାନ ନିଜେ ତାରା ଶର୍ମାଙ୍କ ଶୋ’ ରେ କହିଥିଲେ।
ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ନିଜ ପରିବାର ପ୍ରତି ଭଲପାଇବା ଥିବା ସମସ୍ତେ ଜାଣିଛନ୍ତି। ସଲମାନ ନିଜ ମାତା-ପିତାଙ୍କୁ ବହୁତ ଭଲ ପାଇଥାନ୍ତି। ଅନ୍ୟପଟେ ସଲମାନ କହିଛନ୍ତି ଆଜି ମଧ୍ୟ ମାତା-ପିତାଙ୍କ ପାଇଁ ତାଙ୍କୁ ସମ୍ଭାଳିବା କଷ୍ଟକର ହେଉଛି। ଏହା ମଧ୍ୟରେ ସଲମାନ ନିଜ ଜୀବନ ସହ ଜଡିତି କିଛି କଥା ସେୟାର କରିବା ସହ ସେ ଚତୁର୍ଥ ଶ୍ରେଣୀରେ ପଡିବା ବେଳେ ତାଙ୍କୁ କ୍ଲାସ ରୁମ୍‌ ରୁ ବାହାର କରାଯାଇଥିବା କଥା ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.