Below header

ରେକର୍ଡ ଭାଙ୍ଗିଲା ରାଜଧାନୀ ଦିଲ୍ଲୀର ଥଣ୍ଡା, ୧୯୦୧ରେ ଅନୁଭୂତ ହୋଇଥିଲା ସର୍ବନିମ୍ନ ତାପମାତ୍ରା

ନୂଆଦିଲ୍ଲୀ: ଶୀତ ଲହରୀରେ ଥରୁଛି ସମଗ୍ର ଉତ୍ତର ଭାରତ । ଅନେକ ଅଞ୍ଚଳରେ ଶୀତ ପୂର୍ବ ରେକର୍ଡ ଭାଙ୍ଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ଡିସେମ୍ବର ମାସରେ ଥଣ୍ଡା ସବୁ ରେକର୍ଡ ଭାଙ୍ଗି ଦେଇଛି । ଗତ ୧୦୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଡିସେମ୍ବର ମାସ ସବୁଠୁ ଅଧିକ ଥଣ୍ଡାର ମାସ ହୋଇଛି । ଶେଷ ଥର ପାଇଁ ୧୯୦୧ ମସିହାରେ ରାଜଧାନୀ ଦିଲ୍ଲୀରେ ଏପରି ଥଣ୍ଡା ଅନୁଭୂତ ହୋଇଥିଲା । ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ତାପାମାତ୍ରା ୧୩.୪ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି । ଗତ ୧୩ ଦିନ ହେବ ଦିଲ୍ଲୀରେ ଏପରି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଦିଲ୍ଲୀ ଏନ୍‌ସିଆରରେ ମଧ୍ୟ ଶୀତର ପ୍ରକୋପ ବଢିଛି । ଏନ୍‌ସିଆରରେ ଆସନ୍ତା ୩୧ ତାରିଖରୁ ପବନର ଗତି ବଢିପାରେ । ଡିସେମ୍ବର ୩୧ ଓ ଜାନୁଆର ୧ରେ ଦିଲ୍ଲୀ ଏନ୍‌ସିଆରରେ ବର୍ଷାର ସମ୍ଭାବନା ମଧ୍ୟ ରହିଛି । ପାଣିପାଗ ବିଭାଗ ଅନୁସାରେ ଦିଲ୍ଲୀରେ ପାରଦ ଆହୁରି ହ୍ରାସ ପାଇପାରେ । ୧୯୧୯, ୧୯୨୯, ୧୯୬୧ ଓ ୧୯୯୭ ମସିହାରେ ଡିସେମ୍ବର ମାସରେ ସର୍ବାଧିକ ତାପାମାତ୍ରା ୨୦ ଡିଗ୍ରୀରୁ କମ୍‌ ରେକର୍ଡ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.