Below header

ନବୀନ ନିବାସରେ ନିର୍ବାଚନୀ ରଣକୌଶଳ ନେଇ ବୈଠକ, ୨୭ରୁ ଅଧିକ ନେତା ଥିଲେ ଉପସ୍ଥିତ

ନବୀନ ନିବାସରେ ନିର୍ବାଚନୀ ରଣକୌଶଳ ନେଇ ବୈଠକ । ଗୁରୁତ୍ବପୂର୍ଣ୍ଣ ବୈଠକରେ ବରିଷ୍ଠ ନେତା ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ନବୀନ ନିବାସରେ ନିର୍ବାଚନୀ ରଣକୌଶଳ ନେଇ ବୈଠକ । ଗୁରୁତ୍ବପୂର୍ଣ୍ଣ ବୈଠକରେ ବରିଷ୍ଠ ନେତା ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେମାନଙ୍କଠାରୁ ଜିଲ୍ଲା ୱାରୀ ରିପୋର୍ଟ ନେଇଛନ୍ତି ନବୀନ ।

ତେବେ ମେଣ୍ଟ ନେଇ ନିରବତା ଅବଲମ୍ବନ କରିଛି ବିଜେଡି । ବୈଠକ ପରେ ମେଣ୍ଟ ପ୍ରଶ୍ନରେ ଚୁପ୍ ରହିଲେ ବିଜେଡି ଉପସଭାପତି ଦେବୀ ମିଶ୍ର । ଗଣମାଧ୍ୟମ ଆଗରେ କିଛି ପ୍ରତିକ୍ରିୟା ଦେଲେ ନାହିଁ । ଆଜିର ବୈଠକରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୨୭ରୁ ଅଧିକ ନେତା ଉପସ୍ଥିତ ଥିଲେ । ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ରଙ୍କ ସମେତ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇ, ଅଶୋକ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ସାରଦା ନାୟକ ଆସିଥିଲେ ନବୀନ ନିବାସ ।

ବିଧାୟକ ପ୍ରଣବ ବଳବନ୍ତରାୟ, ସୁଧୀର ସାମଲ, ପ୍ରଶାନ୍ତ ମୁଦୁଲି, ଅରୁଣ ସାହୁ, ପ୍ରତାପ ଜେନା, ସୁଶାନ୍ତ ସିଂ, ପଦ୍ମନାଭ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ବୈଠକରେ ଉପସ୍ଥିତ ରହିଥିଲେ । ଏମାନଙ୍କ ସହ ବିଜେଡି ନେତା ସଞ୍ଜୟ ଦାସବର୍ମା, ଅମରେଶ ଜେନା, ପର୍ଯ୍ୟବେକ୍ଷକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦୀର୍ଘ ସମୟ ଧରି ଚାଲିଥିଲା ବୈଠକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.