Below header

ମାନସ ସ୍ୱାଇଁ ମର୍ଡର ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ: ୧୦ ହଜାର ଟଙ୍କା ପାଇଁ ହତ୍ୟା, ହେଲେ ପଦାକୁ ଆସିଲାନି ମେମୋରୀ ଚିପ୍‌ ସତ

କେନ୍ୟୁଜ୍(ବ୍ୟୁରୋ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ସରିଲା ୨ୟ ପର୍ଯ୍ୟାୟ ରିମାଣ୍ଡ। ଶର୍ମିଷ୍ଠା ରାଉତ ଓ ତା ସହଯୋଗୀ ଝୁନାଙ୍କ ୨ୟ ପର୍ଯ୍ୟାୟର ତିନି ଦିନିଆ ରିମାଣ୍ଡ ଶେଷ ହୋଇଛି। ଆଜି ଦୁଇ ଜଣଙ୍କୁ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ। ରିମାଣ୍ଡ ବେଳେ ମାନସଙ୍କୁ କେମିତି ଓ କିଭଳି ହତ୍ୟା କରିଥିଲେ ରିମାଣ୍ଡରେ ଗୋଟି ଗୋଟି ସତ ବଖାଣିଛନ୍ତି ଅଭିଯୁକ୍ତ ।

ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ଡେମୋ ଦେଖାଇଥିଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇଣବ୍ରାଞ୍ଚକୁ ଅନେକ ତଥ୍ୟ ଦେଇଛନ୍ତି ଶର୍ମିଷ୍ଠା ଓ ଝୁନା ଭୋଇ । ମର୍ଡର ପ୍ଲଟର ଖୁଲାସା ହୋଇଛି । ମେମୋରୀ ଚିପ୍‌ ଫେରାଇବା ପାଇଁ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ଓ କ୍ୟାମେରା ମାଗିଥିଲେ ମାନସ ।

କିନ୍ତୁ ପଦାକୁ ଆସିନି ମେମୋରୀ ଚିପ୍‌ ସତ । ରହସ୍ୟମୟ ମେମୋରୀ ଚିପ୍‌ର ପତ୍ତା ଏପର୍ଯ୍ୟନ୍ତ ମିଳିନି, ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଗଲା । ନୟାଗଡ଼ ଜିଲ୍ଲା ରଣପୁରରେ ମାନସଙ୍କ ଘରେ ବହୁ ଖୋଜାଖୋଜି ପରେ ଖାଲି ହାତିରେ ଫେରିଥିଲା ତଦନ୍ତକାରୀ ଟିମ୍‌ । ମେମୋରୀ ଚିପ୍‌ ନମିଳିଲେ ମାନସ ମର୍ଡର ମିଷ୍ଟ୍ରିର ଅନେକ ଗୁମର ଲୁଚିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.