Below header

ବ୍ଯବସାୟୀ ସଂଘର ବଡ଼ ନିଷ୍ପତ୍ତି, ଅପରାହ୍ନ ୨ ଟାରୁ ସକାଳ ୫ ଟା ଯାଏଁ ବନ୍ଦ ରହିବ ସବୁ ଦୋକାନ ବଜାର

ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହି ବ୍ଯବସାୟୀ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସହରରେ କରୋନା ସଂକ୍ରମଣକୁ ଦେଖି ଆଗାମୀ ୧୭ ଦିନ ପାଇଁ ଦୋକାନ ବଜାର ଖୋଲିବା ସମୟକୁ କମାଇବା ପାଇଁ ନିଷ୍ପତ୍ତି ନେଇଛି ସଂଘ। ଆଗାମୀ ୧୭ ଦିନ ଯାଏଁ ବଡବଜାର ଅପରାହ୍ନ ୨ ଟାରୁ ସକାଳ ୫ ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ୱିଟ୍‌ କରି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

କୁହାଯାଉଛି ଯେ ଗତ କିଛିଦିନ ଭିତରେ ଗଞ୍ଜାମ ଜିଲ୍ଲାକୁ ରାଜ୍ଯ ବାହାରୁ ଶହଶହ ପ୍ରବାସୀ ଫେରିଛନ୍ତି। ଏପଟେ ରାଜ୍ଯରେ ଓ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବାରୁ ଆଗୁଆ ସତର୍କ ହୋଇଛନ୍ତି ଜିଲ୍ଲାର ସଚେତନ ବ୍ଯବସାୟୀ ସଂଘ। କାରଣ ଗତବର୍ଷ ଗଞ୍ଜାମ ଜିଲ୍ଲାରେ କରୋନାର ସଂକ୍ରମଣ ବ୍ଯାପକ ହୋଇଥିଲା । ସେହି ଅନୁଭୂତି ମନରୁ ନ ଯାଉଣୁ ଜିଲ୍ଲାରେ ପୁଣି ସଂକ୍ରମଣର ଭୟ ଘାରିଛି। ଆଉ ପ୍ରତିକୂଳ ପରିସ୍ଥିତିକୁ ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ସହରର ହାଡୱେୟାର ସଂଘ ଭଳି ଅନେକ ବ୍ଯବସାୟୀ ସଂଘ ମଧ୍ୟ ଏଭଳି ନିଷ୍ପତ୍ତିରେ ସମର୍ଥନ ଜଣାଇ ବନ୍ଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.