କେବେ ଖାଇଛନ୍ତି ବାଦାମ-ତୁଳସୀ ସସ୍, ଇମ୍ଯୁନିଟ୍ ବୁଷ୍ଟର ଭଳି କାମ କରିବ

କରୋନା କାଳରେ ନିଜର ଇମ୍ଯୁନିଟ ବଢାଇବା ନିତାନ୍ତ ଜରୁରୀ। ତେଣୁ ଲୋକେ ଇମ୍ଯୁନିଟ ବୁଷ୍ଟର ଫୁଡସ ଖାଉଛନ୍ତି। କାଜୁ, ବାଦାମ, ଅଖରୋଟ ଏବଂ ତୁଳସୀ ଭଳି ଜିନିଷକୁ ଡାଏଟରେ ସାମିଲ କରିଛନ୍ତି। ଯଦି ଆପଣ ଏଥିରେ କୌଣସି ସ୍ବାଦିଷ୍ଟ ଏବଂ ସ୍ବାସ୍ଥ୍ଯକର ଜିନିଷ ତିଆରି କରିବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ କରିପାରିବେ।

କେବେ ଆପଣ ବାଦାମ ଏବଂ ତୁଳସୀ ଚଟଣୀ ବା ସସ୍ ଖାଇଛନ୍ତି କି। ଯାହା ଇମ୍ଯୁନିଟ୍ ବଢାଇବା ସହିତ ସ୍ବାସ୍ଥ୍ଯ ପାଇଁ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେମିତି କରିାବ ବାଦାମ ତୁଳସୀ ସସ୍….

ଆବଶ୍ଯକୀୟ ସାମଗ୍ରୀ: ୧ କପ୍ ବାଦାମ, ୧/୨ କପ ତୁଳସୀ ପତ୍ର, ୧/୨ ଚାମଚ ଗୋଲମରିଚ, ଲୁଣ ସ୍ବାଦନୁସାରେ, ୧ ଚାମଚ ଅଲଭି ତେଲ, ୧କୋଲା ରସୁଣ, ୨ ଚାମଚ ଚିଜ୍, ୧/୨ ଚାମଚ ସୋରିଷ।

tulsi
photo credit: punjabkesari.in

ପ୍ରସ୍ତୁତି ପ୍ରଣାଳୀ: ତୁଳସୀ ପତ୍ର, ରସୁଣ, ବାଦାମ ଏବଂ ଚିଜକୁ ମିକ୍ସ କରି ଗ୍ରାଇଣ୍ଡରରେ ପେଷ୍ଟ କରିଦିଅନ୍ତୁ। ତା’ ପରେ ଗୋଟେ ପ୍ଯାନରେ ଅଲିଭ ତେଲ ଗରମ କରି ଗୋଲମରିଚ ଏବଂ ସୋରିଷ ପକାନ୍ତୁ। ପରେ ପ୍ଯାନରେ ମିକ୍ସ ହୋଇଥିବା ପେଷ୍ଟ ପକାଇ ଲୁଣ ପକାନ୍ତୁ। ୨ ମିନିଟ୍ ପର୍ଯ୍ଯନ୍ତ ଘାଣ୍ଟିବା ପରେ ଗ୍ଯାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବାଦାମ-ତୁଳସୀ ସସ୍। ଏହାକୁ ଅନେକ ଦିନ ପର୍ଯ୍ଯନ୍ତ ଡବାରେ ରଖି ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.