୧୦ ତାରିଖ ଯାଏଁ ବର୍ଷାର ବିତ୍ପାତ ଲାଗି ରହିବ, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ଉତ୍ତର – ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପରେ ପରିଣତ ହେବ। ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୦ ତାରିଖ ପର୍ଯନ୍ତ ସାର ରାଜ୍ୟରେ ବର୍ଷା ଲହରୀ ଜାରି ରହିବ। କିଛି ଜିଲ୍ଲାରେ ୨୦ ସେଣ୍ଟିମିଟର ଠାରୁ ବି ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡ଼ିଶାରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ,ଜଗତସିଂହପୁର ସେହିଭଳି ଆଭ୍ୟନ୍ତରଣ ଜିଲ୍ଲାରେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀରି, ମାଲକାନଗିରି, ବୌଦ୍ଧ ଏବଂ ପାରାଦ୍ୱୀପ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାସହ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଆସନ୍ତାକାଲି ମଧ୍ୟ ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୭ ରୁ ୨୦ ସେଣ୍ଟିମିଟର ପର୍ଯନ୍ତ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। ଅଗଷ୍ଟ ୮ ଏବଂ ୯ ତାରିଖରେ ଲଘୁଚାପର ସର୍ବାଧିକ ପ୍ରଭାବ ରହିବ। ୮ ତାରିଖରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହେବ ସହ ୩ଟି ଜିଲ୍ଲା ତଥା ଗଞ୍ଜାମ, ପୁରୀ, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହି ୩ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ବି ଅଧିକ ବର୍ଷା ହେବ।
ସେହିଭଳି ୯ ତାରିଖରେ ଆଭ୍ୟନ୍ତରଣ ଓଡ଼ିଶାରେ ଅଧିକ ପ୍ରଭାବ ପାରିଲକ୍ଷିତ ହେବ। ବଲାଙ୍ଗୀରି, ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ,ଅନୁଗୁଳୁ,କଳାହାଣ୍ଡି, ଝାଡ଼ସୁଗୁଡା, ଯାଜପୁର ରେ ଅଧିକ ବର୍ଷା ରହିବ।ସମୁଦ୍ର ଅଶାନ୍ତ ରହିଥିବାରୁ ୧୧ ତାରିଖ ପର୍ଯନ୍ତ ମାତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବରଣ କରାଯାଇଛି।