Below header

ରାଜ୍ୟର ବହୁ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ିର ଆଶଙ୍କା: ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଉତ୍ତର ପୂର୍ବ ବିହାରରୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟ ହୋଇଛି ଏକ ଟ୍ରପ୍‌ ଲାଇନ। ଏହାର ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ିର ଆଶଙ୍କା ରହିଛି। ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରାଯାଇଛି। ଆସନ୍ତା ୧୨ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ୧୧ କିମ୍ବା ୧୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ।

ଲଘୁଚାପ ହେଲେ ରାଜ୍ୟରେ ଭଲ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଜୁନ୍‌ରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁ ଆଗେଇପାରୁନି ଚାଷକାମ । ଏବେବି ୧୪ ଜିଲ୍ଲାରେ ବର୍ଷାର ଅଭାବ ରହିଛି । ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଜୁନ୧ରୁ ଜୁଲାଇ ୩ତାରିଖ ମଧ୍ୟରେ ରାଜ୍ୟରେ ୨୦୬.୯ମିମି ବର୍ଷା ହୋଇଛି। ଯାହା ସ୍ୱାଭାବିକ ବର୍ଷା ଠାରୁ ୧୬ ପ୍ରତିଶତ କମ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.