ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କଲା ବିଲ ଗେଟ୍ସଙ୍କ ଓଡ଼ିଶାକୁ ପ୍ରଶଂସା

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କଲା ବିଲ ଗେଟ୍ସଙ୍କ ଓଡ଼ିଶାକୁ ପ୍ରଶଂସା। ସୋସିଆଲ୍ ମିଡିଆ ପ୍ଲାଟ ଫର୍ମ ଏକ୍ସରେ ଟ୍ରେଣ୍ଡ କରୁଛି # ବିଲଗେଟ୍ସପ୍ରେଜେସ ଓଡ଼ିଶା। ଗତ ଫେବୃଆରୀରେ ଓଡ଼ିଶା ଗସ୍ତରେ ଆସିଥିଲେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲଗେଟ୍ସ । ଓଡ଼ିଶା ଗସ୍ତ ବେଳେ ରାଜ୍ୟ ସରକାରଙ୍କ ପ୍ରଶଂସା କରିଥିଲେ ।

ଭୁବନେଶ୍ୱର : ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କଲା ବିଲ ଗେଟ୍ସଙ୍କ ଓଡ଼ିଶାକୁ ପ୍ରଶଂସା। ସୋସିଆଲ୍ ମିଡିଆ ପ୍ଲାଟ ଫର୍ମ ଏକ୍ସରେ ଟ୍ରେଣ୍ଡ କରୁଛି # ବିଲଗେଟ୍ସପ୍ରେଜେସ ଓଡ଼ିଶା। ଗତ ଫେବୃଆରୀରେ ଓଡ଼ିଶା ଗସ୍ତରେ ଆସିଥିଲେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲଗେଟ୍ସ । ଓଡ଼ିଶା ଗସ୍ତ ବେଳେ ରାଜ୍ୟ ସରକାରଙ୍କ ପ୍ରଶଂସା କରିଥିଲେ ।

କହିଥିଲେ ଓଡ଼ିଶା ମଡେଲକୁ ଅନ୍ୟ ଦେଶ ଅନୁସରଣ କରୁଛନ୍ତି । ଓଡ଼ିଶାରେ ଏକ କୃଷି ନିରୀକ୍ଷଣ କେନ୍ଦ୍ର ବୁଲି ଦେଖିବା ସହ କୃଷକଙ୍କୁ ଦିଆଯାଉଥିବା ଆର୍ଥିକ ଏବଂ ଆନୁସଙ୍ଗିକ ସହାୟତା ଓ କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଗେଟ୍ସ ପ୍ରଶଂସା କରିଥିଲେ ।

ୟୋମେଟ୍ରିକ ଆଇଡି ଏବଂ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସଂପର୍କରେ ବାହାର ଦେଶମାନେ ଓଡ଼ିଶା ଠାରୁ ଶିକ୍ଷାଲାଭ କରୁଛନ୍ତି ବୋଲି କହିଥିଲେ ବିଲ୍ ଗେଟ୍ସ । ଏହି ଗସ୍ତ ବେଳେ ଓଡ଼ିଶାର ମିଲେଟ୍ ମିଶନ ବୁଲିବା ସହିତ ମହିଳା ଉଦ୍ୟୋଗୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ବେଳେ ବି ମିଲେଟକୁ ନେଇ ଓଡ଼ିଶାର ପ୍ରଶଂସା କରିଥିଲେ ବିଲ୍ ଗେଟ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.