Below header

ମଧ୍ୟାହ୍ନ ଭୋଜନ ଚାଉଳ ଲୁଟ ଅଭିଯୋଗ : ତଦନ୍ତ ଦାବି କଲେ ଗ୍ରାମବାସୀ

ଭଦ୍ରକ : ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଲୁଟ ଅଭିଯୋଗ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ମଧ୍ୟାହ୍ନ ଭୋଜନ ଚାଉଳ ହରି ଲୁଟ ହୋଇଥିବା ଅଭିଯୋଗ ହୋଇଛି । ବ୍ଲକରେ ୩୩୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୮୫୦ରୁ ୯୫୦ କ୍ୱିଣ୍ଟାଲ ଚାଉଳ ଯୋଗାଇ ଦିଆଯାଏ । ଏଫସିଆଇ ଗୋଦାମର  ଏହି ଚାଉଳ ସିଧା ସ୍କୁଲକୁ ନ ଆସି ବେତଡାଠାରେ ଥିବା ଏକ ବେଆଇନ ଗୋଦାମଘରେ ରଖାଯାଉଛି । ପ୍ରତି ବସ୍ତାରୁ ୫ରୁ ୮ କିଲୋ ଚାଉଳ କଢାଯାଇ ସ୍କୁଲକୁ ପଠାଯାଉଥିବା ଅଭିଯୋଗ ହୋଇଛି । ଲୋକମାନେ ଏହାର ତଦନ୍ତ ଦାବି କରିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.