Below header

ସାଇକେଲକୁ ପିଟିଲା ମିନି ଟ୍ରକ୍, ୨ ମୃତ ୨ ଗୁରୁତର

 କଳାହାଣ୍ଡି(କେନ୍ୟୁଜ୍ ): କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ନିକଟସ୍ଥ ବାନେର ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ଗତକାଲି ରାତିରେ  ଜୟପାଟଣା ଆଡ଼କୁ ଆସୁଥିବା ଏକ ୪୦୭ ଗାଡ଼ି ବାନେର ନାଳ ନିକଟରେ ଜଣେ ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସାଇକେଲ୍ ଆରୋହୀଙ୍କ ଘଟଣାସ୍ଥଳରେ ହିଁ  ମୃତ୍ୟୁ ହୋଇଥିଲା ।ସାଇକେଲ୍କୁ ଧକ୍କା ଦେବା ପରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ସେଥିରେ ବସିଥିବା ଜଣେ ନାବଳକର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଓ  ସହଯୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.