ହଲ୍‌କୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ୨.୦, ଲିଡ୍‌ ରୋଲରେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ

ମୁମ୍ବାଇ : ଆଜି ରିଲିଜ ହୋଇଛି ଫିଲ୍ମ ୨.୦ । ଫିଲ୍ମରେ ସୁପରଷ୍ଟାର ରଜନୀକାନ୍ତ ଓ ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି । ରୋବର୍ଟ ଫିଲ୍ମରେ ଚିଟ୍ଟୀ ଭୂମିକାରେ ଧୂମ୍‌ ମଚାଇଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ଚିଟ୍ଟୀ ଭୂମିକାରେ ନଜର ଆସୁଛନ୍ତି ।

imagesଏହି ଫିଲ୍ମ ଜରିଆରେ ସାଉଥ୍‌ ଫିଲ୍ମରେ ଡେବ୍ୟୁ କରିଛନ୍ତି ଅକ୍ଷୟ । ନେଗେଟିଭ୍‌ କ୍ୟାରେକ୍ଟର ପ୍ଲେ କରିଛନ୍ତି ଅକ୍ଷୟ କୁମାର । ଡକ୍ଟର ରିଚାର୍ଡ ବା କ୍ରୋମ୍ୟାନ ଭୂମିକାରେ ନଜର ଆସିଛନ୍ତି ଅକ୍ଷୟ କୁମାର । ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଯୋଗୁଁ ପୃଥିବୀରୁ ଲୋପ ପାଇଯାଇଛି ଶାଗୁଣା ବଂଶ । ଏହାର ପ୍ରତିଶୋଧ ନେବା ପାଇଁ କ୍ରୋମ୍ୟାନ୍‌ ପୃଥିବୀ ଉପରେ ଆକ୍ରମଣ କରୁଛି । ଏଭଳି କିଛି କାହାଣୀ ଦେଖିବାକୁ ମିଳିଛି ଫିଲ୍ମ ୨.୦ରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.