Below header

କେନ୍ଦୁଝର : ୧୯ଟି ଖଣିର ଲିଜ୍‌ ଅବଧି ଶେଷ, ନୂଆ ଲିଜ୍‌ଧାରୀଙ୍କ ଲିଜ୍‌ ଡିଡ୍‌ କାର୍ଯ୍ୟକାରୀ ହୋଇନାହିଁ

କେନ୍ଦୁଝର (କେ ନ୍ୟୁଜ୍‌) : ଆଜି କେନ୍ଦୁଝର ଓ କୋଇଡା ରେଞ୍ଜରେ୧୯ଟି ଖଣିର ଲିଜ୍‌ ଅବଧି ଶେଷ ହୋଇଛି। ଏହାର ସହିତ ସେମାନଙ୍କ ଜଙ୍ଗଲ ଅନୁମତି ମଧ୍ୟ ପ୍ରତ୍ୟାହାର ହୋଇଛି। ଏ ନେଇ ଜଙ୍ଗଲ ବିଭାଗ ସବୁ ଖଣି ଲିଜ୍‌ଧାରୀଙ୍କୁ ନୋଟିସ୍‌ ଜାରି କରିଛି। ଏହାପର ଠାରୁ ସେହି ଖଣିଗୁଡିକୁ ନୂଆ ଲିଜ୍‌ଧାରୀଙ୍କ ହାତକୁ ଯିବ। ପୂର୍ବରୁ ଖଣିର ନିଲାମ ସରିଛି।
କେନ୍ଦୁଝର ଜିଲ୍ଲା ଅଧୀନରେ ଲିଜ୍‌ ଅବଧି ସରିଥିବା ଖଣିଗୁଡିକ ହେଉଛି କେ.ଜେ.ଏସ୍‌ ଆଲୁୱାଲିଆର ନୂଆଗାଁ ଆଇରନଓର ମାଇନ୍‌ସ, କାୟପୀ ଏଣ୍ଟରପ୍ରାଇଜର୍ସର ଠାକୁରାଣୀ ଆଇରନ ମାଇନ୍‌ସ, ରୁଙ୍ଗଟା ମାଇନ୍‌ସର ଜଜାଙ୍ଗ ଆଇରନ୍‌ ଏବଂ ମାଙ୍ଗାନିଜ୍‌, ମାଙ୍ଗିଲାଲ୍‌ ରୁଙ୍ଗଟାର ସିଲିଜୋର-କାଲିମାଟି ଖଣି, ରୁଙ୍ଗଟା ସନ୍‌ସର କଟାସାହି ମାଙ୍ଗାନିଜ ଖଣି, ଏସ୍‌ଏଲ୍‌ ମାଇନିଂର ଜିଲିଙ୍ଗ-ଲୋଙ୍ଗଲୋଟା ଆଇରନ ଏବଂ ମାଙ୍ଗାନିଜ ଖଣି, ଏସ୍‌ଏଲ୍‌ ମାଇନିଂର କସିଆ ଆଇରନ ଏବଂ ଡୋଲାମାଇଟ୍‌ ଖଣି, କେ.ଏନ୍‌ ରାମ୍‌ର ରୋଇଡା-୨ ଖଣି, କଳିଙ୍ଗ ମାଇନିଂ କର୍ପୋରେସନର ଖଣି, ସିରାଜୁଦ୍ଦିନର ବଳଦା ବ୍ଲକ ଆଇରନଓର ମାଇନସ, ରମେଶ ପ୍ରସାଦ ସାଓଙ୍କର ଗୁଆଳି ଆଇରନଓର ମାଇନ୍‌ସ ଓ ପଟ୍ଟନାୟକ ମିନେରାଲ୍‌ସର ଝରିବାହାଲ ଆଇରନ ଓର ମାଇନ୍‌ସ।

MINING-2ସେହିପରି କୋଇଡା ରେଞ୍ଜରେ ଥିବା ୭ଟି ଖଣିର ଲିଜ୍‌ ଅବଧି ସରିଛି। ଏଏମ୍‌ଟିସିର ନାରାୟଣପୋଶୀ ମାଇନ୍‌, ବି.ଆଇ କର୍ପୋରେସନର ତେହରାଇ ଆଇରନ ମାଇନ୍‌ସ, ରୁଙ୍ଗାଟା ମାଇନ୍‌ସର କନ୍ଥେର-କୋଇଡା ମାଙ୍ଗାନିଜ୍‌ ମାଇନ୍‌ସ, ରୁଙ୍ଗଟା ମାଇନ୍‌ସର କଲମାଙ୍ଗ ମାଙ୍ଗାନିଜ ମାଇନ୍‌ସ, ବିଆଇ କର୍ପୋରେସନର ନିଧି ଆଇରନ ଏବଂ ମାଙ୍ଗାନିଜ୍‌ ମାଇନ୍‌ସ, ଫ୍ରିଗ୍ରେଡ୍‌ ଆଣ୍ଡ କର୍ପୋରେସନର ନିଧି ଆଇରନ ଏବଂ ମାଙ୍ଗାନିଜ୍‌, ପି.କେ ଆଲୁୱାଲିଆର ଗୋଣୁଆ ଆଇରନ ଏବଂ ମାଙ୍ଗାନିଜ ଖଣି।
ବର୍ତ୍ତମାନ କରୋନା କଟକଣା ସମୟ। ସବୁ ଖଣି ଖାଦାନ କାମ ବନ୍ଦ। ନୂଆ ଲିଜ୍‌ଧାରୀ ଦାୟିତ୍ୱ ନେବାକୁ ସମୟ ଲାଗିବ। ସେମାନଙ୍କ ଲିଜ୍‌ ଡିଡ୍‌ କାର୍ଯ୍ୟକାରୀ ହୋଇ ନାହିଁ। ଆସନ୍ତାକାଲିଠାରୁ ସମସ୍ତ ଖଣି କାର୍ଯ୍ୟ ବନ୍ଦ ହୋଇଯିବ। ଯେଉଁ ଖଣିଜ ପଦାର୍ଥ ସବୁ ଖୋଳା ଯାଇଛି ତାକୁ ୬ ମାସ ଭିତରେ କିପରି ସ୍ଥାନାନ୍ତର ହେବ ସେ ନେଇ ସ୍ପଷ୍ଟ ଭାବେ କିଛି ଜଣାପଡ଼ି ନାହିଁ । ସେପଟେ ଶ୍ରମିକମାନେ କାମଧନ୍ଦା ହରାଇ ଖାଲିରେ ବସିବେ। ତେଣୁ ଶ୍ରମିକଙ୍କ ପେଟପାଟଣାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.